ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଆନ୍ଦୋଳନ, ସ୍କୁଲ ଆଗରେ ବସିଲେ ଛାତ୍ରଛାତ୍ରୀ

କୋଣାର୍କ ୧୪।୦୯ : ରାସ୍ତାରୋକ କଲେ ଛାତ୍ରଛାତ୍ରୀ । ପୁରୀ ଜିଲ୍ଲା ଗୋପ ବ୍ଲକ ବନ୍ତୁଳିଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ରାସ୍ତାରୋକ କରିଛନ୍ତି । ସ୍କୁଲ ଗେଟରେ ତାଲା ପକାଇବା ସହ ବନ୍ତୁଳିଗ୍ରାମ ଠାରେ ରାସ୍ତା ଉପରେ ବସିରହିଛନ୍ତି ଛାତ୍ରଛାତ୍ରୀ ।ଯାହାଫଳରେ ଗୋପ ବାଳଘାଇ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି l

ଖବର ଅନୁଯାୟୀ, ଗୋପ ବ୍ଲକ ବନ୍ତୁଳିଗ୍ରାମ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ରହିଛି । ଏଠାରେ ମୋଟ ୪୦୭ ଛାତ୍ରଛାତ୍ରୀ ପାଠ ପଢନ୍ତି l କିନ୍ତୁ ଶିକ୍ଷକଙ୍କ ସଂଖ୍ୟା କମ ଥିବାର ୬ ମାସ ତଳେ ଆସିଥିବା ନୂତନ ପ୍ରଧାନ ଶିକ୍ଷକ ପିଲାଙ୍କ ଅଧିକାଂଶ କ୍ଲାସ ନେବା ସହିତ ଗଣିତ, ବିଜ୍ଞାନ ଓ ହିନ୍ଦୀ ମଧ୍ୟ ପଢ଼ାଇବା ସହ ପିଲାଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଥାନ୍ତି ବୋଲି ଛାତ୍ରଛାତ୍ରୀ କୁହନ୍ତି l ଏପଟେ ଆଉ ଅଳ୍ପ ଦିନ ପରୀକ୍ଷା ଥିବାରୁ ୬ ମାସ ଭିତରେ ପ୍ରଧାନ ଶିକ୍ଷକକୁ କିପରି ବଦଳି କରାଗଲା । ସେଥିପାଇଁ ଛାତ୍ରଛାତ୍ରୀ ମାନେ ପ୍ରଧାନ ଶିକ୍ଷକଙ୍କ ତୁରନ୍ତ ବଦଳିକୁ ବାତିଲ କରାଯାଉ ବୋଲି ଜିଦ ଧରି ବସିଛନ୍ତି l

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି