ଅପରାଧ ରାଜ୍ୟ

ମଙ୍ଗୁଳି ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା, ଜଣେ ମୃତ

ଚୌଦ୍ୱାର ୧୪/୦୯: କଟକ ମଙ୍ଗୁଳି ଛକ ୧୬ନଂ ଜାତୀୟ ରାଜପଥ ରଶ୍ମି ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଯୁବକର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ମୃତକ ଯୁବକକୁ ଟାଙ୍ଗୀ ପୋଲିସ ଉଦ୍ଧାର କରି କଟକ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଆହତ ଦୁଇ ଯୁବକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।

ବିଳମ୍ବିତ ରାତି ପ୍ରାୟ ୧:୩୦ ରେ ଚୌଦ୍ଵାର ଗୋଡ଼ିପାଟଣା ଯାତ୍ରା ଦେଖି ନିଜ ଘର ପୁରୀ ଅଭିମୁଖେ ଦୁଇଜଣ ଯୁବକ ଅତ୍ୟନ୍ତ ମଦ୍ୟପାନ କରି ଦ୍ରୁତ ଗତିରେ କାର ନେଇ ଯାଉଥିଲେ । ଦ୍ରୁତ ଗତିରେ ଥିବା କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡ଼ାହୋଇଥିବା ଜଣେ ଯୁବକକୁ ଧକ୍କା ଦେବାଦ୍ୱାର ଯାହାଫଳରେ ଘଟଣା ସ୍ଥଳରେ ହିଁ ଯୁବକର ପ୍ରାଣବାୟୁ ଚାଲିଯାଇଥିଲା ।

ଯୁବକକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଡ଼ାହୋଇଥିବା ଏକ ପେଟ୍ରୋଲ ଟାଂକର କୁ ପଛପଟୁ ଦୃତାଗତିରେ ପିଟିବା ଫଳରେ କାରଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟହୋଇଯାଇଥିଲା । ଦୁର୍ଘଟଣା ଘଟାଇଥିବା କାରଟିକୁ ଟାଙ୍ଗୀ ପୋଲିସ ନିଜହେପାଜତକ ନେଇ କାରଟିର କାଗଜପତ୍ର ଯାଞ୍ଚ କରିବା ସହ ମାତାଲ ଯୁବକ ଦୁହିଁଙ୍କୁ ପାଚରାଉଚରା କରୁଛି ଟାଙ୍ଗୀ ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।