ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ବିବାହ କଲେ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍ ଅଭିନେତ୍ରୀ ଶିରିନ ସେଓ୍ବାନି : ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

ମୁମ୍ବାଇ ୭/୧୨: ବଲିଉଡ ଏବଂ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରୁ କିଛି ଦିନ ହେବ ଖାଲି ବିବାହ ଖବର ଶୁଣିବାକୁ ମିଳୁଛି। ନିକଟରେ ଡିସେମ୍ବର ୧ତାରିଖରେ ସିଙ୍ଗର ଏବଂ ଇଣ୍ଡିଆନ୍ ଆଇଡଲର ହୋଷ୍ଟ୍ ଆଦିତ୍ୟ ନାରାୟଣ ନିଜ ଲଙ୍ଗ୍ ଟାଇମ୍ ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରଓ୍ବାଲଙ୍କ ସହ ବିବାହ କରିଛନ୍ତି। ସେହିପରି ଏବେ ଆଉ ଜଣେ ଟେଲିଭିଜନ ଅଭିନେତ୍ରୀ ଗାର୍ହ୍ୟସ୍ଥ ଜୀବନରେ ପ୍ରବେଶ କରିଛନ୍ତି। ଏହି ଅଭିନେତ୍ରୀଙ୍କ ନାଁ ଶିରିନ ସେଓ୍ବାନି।


‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍ ଅଭିନେତ୍ରୀ ଶିରିନ ସେଓ୍ବାନି ବିବାହ କରିଛନ୍ତି। ଶିରିନ ପ୍ରାଇଭେଟ୍ ସେରେମନିରେ ବିବାହ କରିଛନ୍ତି। ସେ ଉଦୟନ ସଚନଙ୍କ ସହ ବିବାହ କରିଛନ୍ତି। କରୋନା ଭାଇରସ୍ ଯୋଗୁଁ ଶିରିନ ଉଦୟନଙ୍କ ସହ କୋର୍ଟ ମ୍ୟାରେଜ କରିଥିଲେ। ଏବେ ସେ ପରିବାରର ଉପସ୍ଥିତିରେ ବିବାହ କରିଛନ୍ତି।

ଶିରିନ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ଏହାର ସୂଚନା ଦେଇଛନ୍ତି। ଶିରିନ ନିଜ ଇନଷ୍ଟାଗାମ୍ ଆକାଉଣ୍ଟ ଜରିଆରେ ନିଜର ଏବଂ ଉଦୟନଙ୍କ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସହ କ୍ୟାପସନରେ ଶିରିନ ଲେଖିଛନ୍ତି ଯେ ‘ ସେ ନିଜ ପାଇଲଟଙ୍କ ସହ ଉଡ଼ିବାୁ ପ୍ରସ୍ତୁତ’।

ଫଟୋରେ ଶିରିନ ସୁନେଲି ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି। ଏହା ସହ ସେ ସବୁଜ ରଙ୍ଗର ଗୋଲ୍ଡେନ ଜୁଏଲାରୀ କ୍ୟାରି କରିଛନ୍ତି ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଉଭୟଙ୍କ ଯୋଡ଼ିକୁ ମଧ୍ୟ ସମସ୍ତେ ପସନ୍ଦ କରିଛନ୍ତି। ଫଟୋରେ ଶିରିନଙ୍କ ପ୍ରଶଂସକ ଏବଂ ତାଙ୍କ ଇଣ୍ଡଷ୍ଟ୍ରିର ବନ୍ଧୁମାନେ ତାଙ୍କୁ ଶୁଭକାମନା ଦେଉଛନ୍ତି।

ଶିରିନ ସେଓ୍ବାନି ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଶୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ନଜର ଆସିଛନ୍ତି। ଏହି ଧାରାବାହିକରେ ଶିରିନ ଅକ୍ଷରାଙ୍କ ଭାଇ ଅଂଶୁଲଙ୍କ ପତ୍ନୀ ଗୁରପ୍ରୀତ କୌରଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ଶିରିନ ‘ନାଗିନ ୨’ ଏବଂ ‘କବଚ ୨’ରେ ମଧ୍ୟ ନଜର ଆସି ସାରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ