ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଡେଙ୍ଗୁ ଅଣାୟତ, ଭାଙ୍ଗିଲା ୪ ବର୍ଷର ରେକର୍ଡ

ନୂଆଦିଲ୍ଲୀ, ୧୩|୦୯ : ଦିଲ୍ଲୀରେ ଅଣାୟତ ଡେଙ୍ଗୁ । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଡେଙ୍ଗୁ ମାମଲା ବଢିବାରେ ଲାଗିଛି । ଏବେସୁଦ୍ଧା ଏଠାରେ ମୋଟ୍ ମାମଲା ୩୦୦ ଛୁଇଁଛି । ଗତ ଏକ ସପ୍ତାହରେ ମୋଟ୍ ୫୧ ମାମଲା ସାମ୍ନାକୁ ଆସିଛି ।

ଚଳିତ ବର୍ଷ ସେପ୍ଟେମ୍ବର ୯ ସୁଦ୍ଧା ୨୯୫ ଡେଙ୍ଗୁ ମାମଲା ଏଠାରେ ଆସିଥିଲା । କେବଳ ଅଗଷ୍ଟରେ ୭୫ ମାମଲା ସାମ୍ନାକୁ ଆସିଛି । ୨୦୧୭ ପରେ ଏହା ଜାନୁଆରୀ ୧ରୁ ସେପ୍ଟେମ୍ବର ୯ ମଧ୍ୟରେ ଚିହ୍ନଟ ହୋଇଥିବା ସର୍ବାଧିକ ମାମଲା ଅଟେ । ସେତେବେଳେ ଏହି ମାମଲା ୧୧୧୭ ଥିଲା ।

ରିପୋର୍ଟରେ କୁହାଯାଇଛି ଯେ, ଚଳିତବର୍ଷ ଦିଲ୍ଲୀରେ ଡେଙ୍ଗୁରେ କାହାର ମୃତ୍ୟୁ ହୋଇନାହିଁ । ତେବେ ୨୦୧୮ରେ ଦିଲ୍ଲୀରେ ୧୩୭ ମାମଲା, ୨୦୧୯ରେ ୧୨୨, ୨୦୨୦ରେ ୯୬ ଓ ୨୦୨୧ରେ ୧୨୪ ମାମଲା ଚିହ୍ନଟ ହୋଇଥିଲା ।

୨୦୧୫ରେ ୧୦ ହଜାର ମାମଲା

ଏକଦା ଦିଲ୍ଲୀରେ ଡେଙ୍ଗୁ ମାମଲା ଚିନ୍ତାଜନକ ଥିଲା । ୨୦୧୫ ଅକ୍ଟୋବରରେ ୧୦ ହଜାର ୬୦୦ ମାମଲା ସାମ୍ନାକୁ ଆସିଥିଲା । ଯାହା ସବୁଠୁ ଚିନ୍ତାଜନକ ଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ