ଅପରାଧ ଦେଶ ବିଦେଶ

ଜିଗ୍ନେଶ ମେଓ୍ୱାନୀଙ୍କୁ ଆକ୍ରମଣ, ପୂର୍ବତନ ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

ନୂଆଦିଲ୍ଲୀ, ୧୩|୦୯ ଗୁଜୁରାଟର ଦଳିତ ନେତା ତଥା ବଡଗାମ ଆସନର ବିଧାୟକ ଜିଗ୍ନେଶ ମେଓ୍ୱାନୀଙ୍କୁ ଆକ୍ରମଣ । ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧନ ବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ପୂର୍ବତନ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜାଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି ।

ସୂଚନାନୁସାରେ, ଅହମ୍ମଦାବାଦର ବସ୍ତ୍ରାଳରେ ଏକ ଜନସଭାକୁ ସମ୍ବୋଧନ କରୁଥିଲେ ଜିଗ୍ନେଶ । ସେଠାରେ କଂଗ୍ରେସ ନେତା ହିତେନ୍ଦ୍ର ପିଥାଡିଆ ମଧ୍ୟ ଉପସ୍ଥିତ ଥିଲେ । ହିତେନ୍ଦ୍ର ଦାବି କରିଛନ୍ତି ଯେ, ସେମାନଙ୍କୁ ଜଣେ ପୂର୍ବତନ ମନ୍ତ୍ରୀଙ୍କ ପାଖ ଲୋକ ଆକ୍ରମଣ କରିଥିଲେ । ଏହାସହ ସଭାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ ହୋଇଥିଲା । ପୋଲିସ ଉପସ୍ଥିତିରେ ଏହି ଆକ୍ରମଣ କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ସେ ରାଜ୍ୟର ଆଇନବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ଘଟଣାକୁ ନେଇ ଜିଗ୍ନେଶ ମେଓ୍ୱାନୀ କହିଛନ୍ତି ଯେ, ପୋଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣକାରୀ ପୂର୍ବତନ ଗୃହମନ୍ତ୍ରୀଙ୍କ ଖାସ୍ ଲୋକ । ପୂର୍ବତନମନ୍ତ୍ରୀଙ୍କ ମଧ୍ୟ ଏହା ପଛରେ ହାତ ରହିଛି । ଏହାକୁ ସେ ନିନ୍ଦା କରିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜଣେ ଅଟୋଚାଳକଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କ ଘରକୁ ବାହାରିଥିଲେ । କିନ୍ତୁ ଗୁଜୁରାଟ ପୋଲିସ ସୁରକ୍ଷାକାରଣରୁ ଅଟୋରେ ଯିବାକୁ ତାଙ୍କୁ ବାରଣ କରିଥିଲା । ଯାହାକୁ ନେଇ ରାସ୍ତାରେ ଜୋରରେ ହଙ୍ଗାମା ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ