ଅପରାଧ ରାଜ୍ୟ

କଟକରୁ ନକଲି ମେଡିସିନ୍‌ ଜବତ ଘଟଣା, ଦୁଇ ହୋଲ୍‌ସେଲ୍‌ର ଗିରଫ

କଟକ ୧୨।୦୯ : ରାଜ୍ୟରେ ନକଲି ମେଡିସିନ୍‌ କାରବାର ମାମଲା । ଗିରଫ ହେଲେ କଟକର ଦୁଇ ମେଡିସିନ୍‌ ହୋଲସେଲର । ଦୁଇ ଅଭିଯୁକ୍ତଙ୍କୁ ଡ୍ରଗ୍ସ ଗୋଦାମକୁ ଆଣି ତଦନ୍ତ କରୁଛି ପୁରୀ ଘାଟ ଥାନା ପୋଲିସ । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେଦିଗ ନେଇ ଚାଲିଛି ଖୋଲତାଡ଼ ।

ଖବର ଅନୁଯାୟୀ, କିଛି ଦିନ ତଳେ କଟକର ବିଭିନ୍ନ ସ୍ଥାନରେ ନକଲି ମେଡିସିନ୍‌ କାରବାର ନେଇ ସୂଚନା ପାଇଥିଲା ଡ୍ରଗ କଂଟ୍ରୋଲର ଟିମ । ଏହାପରେ ଉକ୍ତ ସ୍ଥାନମାନଙ୍କରେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ନକଲି ମେଡିସିନ ଜବତ ହୋଇଥିଲା । ଏକ ନାମୀ କମ୍ପାନୀର ଔଷଧକୁ ନକଲି କରି ବିକ୍ରି କରୁଥିଲେ । ଘଟଣା ଜଣାପଡିବା ପରେ ଦୁଇ ହୋଲସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ । ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ରଦ୍ଧ କରିଛି ସଂଘ । ଆଉ ଏବେ ସେହି ଦୁଇ ହୋଲସେଲର ଗିରଫ ହୋଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।