ଅପରାଧ ରାଜ୍ୟ

ସନ୍ତରଣ ପ୍ରଶିକ୍ଷଣ ବେଳେ ଛାତ୍ରଙ୍କ ମୃତ୍ୟୁ ଘଟଣା, ଅତ୍ୟଧିକ ପରିଶ୍ରମରୁ ମୃତ୍ୟୁ ହୋଇଥାଇପାରେ-ଏନ୍‌ସିସି

କଟକ୧୧।୦୯ : ଏନ୍‌ସିସି ସନ୍ତରଣ ପ୍ରଶିକ୍ଷଣ ବେଳେ ଛାତ୍ରଙ୍କ ମୃତ୍ୟୁ ଘଟଣା । ସାମ୍ବାଦିକ ସମ୍ମିଳନୀର ଜରିଆରେ ପକ୍ଷ ରଖିଲେ ଏନ୍‌ସିସି ଡାକ୍ତର ଜୟନ୍ତ ପଣ୍ଡା ।

ସେ କହିଛନ୍ତି ଯେ, ଛାତ୍ରଙ୍କ ପୂର୍ବ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥାଇପାରେ । ଛାତ୍ରଙ୍କ ମେଡିକାଲ ଫିଟ୍‌ନେସ୍ ପ୍ରମାଣପତ୍ର ଏନ୍‌ସିସି ପାଖରେ ଅଛି । ଅତିଧିକ ପରିଶ୍ରମରୁ ଛାତ୍ରଙ୍କ ମୃତ୍ୟୁ ହୋଇଥାଇପାରେ ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ କଟକ କ୍ଲଵ ସୁଇମିଂ ପୁଲରେ NCCର ନାଭାଲ ଉଇଙ୍ଗ ପକ୍ଷରୁ ସନ୍ତରଣ ଟ୍ରେନିଂ କ୍ୟାମ୍ପ ଚାଲିଥିବା ବେଳେ କଟକ ସିଟି କଲେଜର ଯୁକ୍ତ ୩ ପ୍ରଥମ ଵର୍ଷ ଛାତ୍ର ସ୍ବପ୍ନେଶ୍ବର ଦାସଙ୍କର ମୃତ୍ୟୁ ଘଟିଛି । ସନ୍ତରଣ ପାଇଁ ସ୍ବପ୍ନେଶ୍ବର ପୁଲରେ ପଶିଥିଲେ ଓ ହଠାତ ପୁଲରେ ହିଁ ସେ ଅସୁସ୍ଥ ହୋଇପଡିଥିଲେ । ସ୍ବପ୍ନେଶ୍ବରଙ୍କୁ କଟକ ସିଟି ହସ୍ପିଟାଲ ଅଣାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।