ଅପରାଧ ରାଜ୍ୟ

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟ ! ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ବୋରିଗୁମ୍ମା ୧୧।୦୯ : ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟ ଅଭିଯୋଗ। ଅପରେସନ୍ ର ୧୦ ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ ହୋଇଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ବୋରିଗୁମ୍ମା ସୁକୁଲି ଗୁଡା ଗାଁର ନୀଳାଦ୍ରି ନାୟକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।

ଖବର ଅନୁଯାୟୀ, ଶନିବାର ଜୟପୁର ଜିଲ୍ଲା ମେଡ଼ିକାଲରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇ ଆଶା ଦିଦିଙ୍କ ସହ ସନ୍ଧ୍ୟାରେ ଘରକୁ ଫେରିଥିଲେ। ଆଜି ଭୋରରୁ ନିଳାଦ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ପରିବାର ଲୋକେ ତାଙ୍କୁ ବୋରିଗୁମ୍ମା ମେଡ଼ିକାଲ ଆଣିଥିଲେ। ହେଲେ ସେଠାରେ ନୀଳାଦ୍ରିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଛେଦ ରିପୋର୍ଟ ଅସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଥାନା ଅଧିକାରୀ କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ କିଛି ତ୍ରୁଟି ରହିଥିଲା କି ?

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।