ଅପରାଧ ରାଜ୍ୟ

କଇଁଛ ଚାଲାଣ ବେଳେ ଧରିଲା ବନ ବିଭାଗ, ୩ ଗିରଫ

ମାଲକାନଗିରି, ୧୧|୦୯: ବିପୁଳ ପରିମାଣର କଇଁଛ ଜବତ । ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗ ତରଫରୁ ଚଢାଉ କରାଯାଇଥିବା ବେଳେ ୭୭ ଟି କଇଁଛ ଜବତ ହୋଇଛି । ଏହାସହ ୩ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ଆନ୍ଧ୍ର ପ୍ରଦେଶରୁ ମୋଟୁ ଅଞ୍ଚଳକୁ ଗୋଟିଏ କାରରେ ୩ ଜଣ ବ୍ୟକ୍ତି କଇଁଛ ଆଣିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଏମଭି ୭୯ ରେଞ୍ଜର ଏବଂ ବନଭିଭାଗ ଟିମ୍ ରାସ୍ତାରେ ଜଗି ରହିଥିଲେ । ଏହି ସମୟରେ କାରଟି ଦ୍ରୁତଗତିରେ ପଳାଉଥିବା ବେଳେ ତାକୁ ଗୋଡ଼ାଇ ଧରିବାରେ ସଫଳ ହୋଇଥିଲେ । କାରଟିକୁ ଯାଞ୍ଚ କରିବାରୂ ୭୭ ଟି କଇଁଛ ମିଳିଥିଲା ।

ପରେ କାର୍ ସହ କଇଁଛ ଜବତ କରି ଗାଡ଼ିରେ ଥବା ୩ ଜଣଙ୍କୁ ଏମଭି ୭୯ ବନ ବିଭାଗ କାର୍ଯ୍ୟାଳୟରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି । ଜବତ କରାଯାଇଥିବା ୭୭ଟି କଇଁଛ ମଧ୍ୟରୁ ୨୫ଟି କଇଁଛ ମରିଯାଇଥିବା ମୋଟୁ ରେଞ୍ଜର ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।