ଅପରାଧ ରାଜ୍ୟ

ଘରେ ପଶି ଲୁଟ୍ ଓ ହତ୍ୟା : ଗହଣା ନ ବାହାରିବାରୁ ବୃଦ୍ଧାଙ୍କୁ ମାରିଦେଲେ ଲୁଟେରା…

ସାନଖେମୁଣ୍ଡି, ୧୧|୦୯: ଚୋରି କରିବାକୁ ଆସିଥିଲେ । ବୃଦ୍ଧାଙ୍କୁ ଲୁଟ୍ କରି ହତ୍ୟା କଲେ ଲୁଟେରା । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ।

ସୂଚନାନୁସାରେ, ଶନିବାର ରାତିରେ ରାମେୟା ପାତ୍ର ନାମକ ଜଣେ ବୃଦ୍ଧ ଘର ବାରଣ୍ଡାରେ ଶୋଇଥିଲେ । ତାଙ୍କ ଘରେ ବାଦ୍ରୀ ଆଡ଼ି ପାତ୍ର ଘର ଭିତରେ ଶୋଇଥିଲେ। ଲୁଟେରାମାନେ ଘରର ପଛ କବାଟ ଦେଇ ତାଲା ଭାଙ୍ଗି ପଶିଥିଲେ । ଏହାସହ ବୃଦ୍ଧାଙ୍କୁ ଲୁଟ୍ କରିଥିଲେ । ଆହୁରି ମଧ୍ୟ ଲୁଟ୍ ପରେ ତାଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବୃଦ୍ଧାଙ୍କ ଦୁଇ କାନ ନାକ ଏବଂ ମୁଣ୍ଡରୁ ରକ୍ତ ବାହାରୁଥିବା ଦେଖିବାକୁ ମଧ୍ୟ ମିଳିଛି।

ତେବେ ବୃଦ୍ଧା ଜଣଙ୍କ ପିନ୍ଧି ଥିବା ଗହଣା ନବାହାରିବାରୁ ଲୁଟେରାମାନେ ଏଭଳି ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ଦିଗପହଣ୍ଡି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଘଟଣା ବାବଦରେ ସ୍ପଷ୍ଟ ତଥ୍ୟ ମିଳିବ ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।