ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଛାତ୍ରୀ ଅମ୍ରିତା ମୃତ୍ୟୁ ଘଟଣା, ୮ଦିନ ପରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଯାଜପୁର ୧୧।୦୯ : ଯାଜପୁର ବିଂଝାରପୁର ବରୀକୁଳ ଗାଁର ଛାତ୍ରୀ ଅମ୍ରିତାଙ୍କ ମୃତ ଘଟଣା । ୮ଦିନ ପରେ ଆସିଲା ବ୍ୟବଛେଦ ରିପୋର୍ଟ । ଛାତ୍ରୀ ଙ୍କୁ ହତ୍ୟା କରାଯାଇନାହିଁ ବରଂ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଖବର ଅନୁଯାୟୀ, ବିଂଝାରପୁର ବରୀକୁଳ ଗାଁର ଅମୂଲ୍ୟ ଦାସଙ୍କ ସାନ ଝିଅ ଅମ୍ରିତା ଦାସ ଗତ ୩ ତାରିଖ ଦିନ ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜା ଖୋଜି ପରେ ମଙ୍ଗଳପୁର ଥାନା ନନ୍ଦୀପୁର ନିକଟ ରାସ୍ତା କଡ଼ ପୋଖରୀରୁ ମିଳିଥିଲା ଅମ୍ରିତାଙ୍କ ମୃତଦେହ। ଯାହାକୁ ନେଇ ମଙ୍ଗଳପୁର ଥାନାରେ ଅମ୍ରିତାଙ୍କୁ ହତ୍ୟା କରି ଫିଙ୍ଗି ଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ଅମ୍ରିତାଙ୍କ ମୃତ୍ୟୁ ଘଟଣାର ଆଠ ଦିନ ପରେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ଏଥିରେ ସେ ପାଣିରେ ବୁଡି ମରିଥିବା ଦର୍ଶାଯାଇଛି । ତେବେ ଅମ୍ରିତାଙ୍କୁ କେହି ବଳପୂର୍ବକ ପାଣି ବୁଡାଇ ମାରିଛି ନା ସେ ଅସାବଧାନତାରୁ ପାଣି ବୁଡି ମରିଛନ୍ତି । ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।