ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ତୁହାକୁ ତୁହା ବର୍ଷା ସତ୍ତ୍ବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ: ଆରମ୍ଭ ହେଲା ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଦିବସ ଅବସରରେ ପ୍ରତିବର୍ଷ ପରି ଆଜି (୧୧ ସେପ୍ଟେମ୍ବର, ରବିବାର) ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଛି। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି। ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚିତ୍ରାଙ୍କନ; ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଏବଂ ନବମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆରେ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ଅନୁଷ୍ଠିତ ହେଉଛି। ଏଥିରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଥିବା ସତ୍ତ୍ବେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଉପରୋକ୍ତ ପ୍ରତିଯୋଗିତାମାନଙ୍କରେ ଅଂଶଗ୍ରହଣ କରିଛନ୍ତି।

ପ୍ରତିଯୋଗିତା ଶେଷ ହେବା ପରେ ବିଚାରକମାନଙ୍କ ଦ୍ବାରା ଖାତା ମୂଲ୍ୟାୟନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ପ୍ରତି କେନ୍ଦ୍ରସ୍ତରରେ ଯେଉଁମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିବେ ସେମାନଙ୍କ ଖାତା ରାଜ୍ୟସ୍ତରରେ ପୁନଃ ମୂଲ୍ୟାୟନ କରି ପ୍ରତି ବିଭାଗରେ ତିନିଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତା ବଛାଯିବ। ସେମାନଙ୍କୁ ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ନଗଦ ଅର୍ଥରାଶି ସହ ମାନପତ୍ରରେ ସମ୍ବର୍ଦ୍ଧିତ କରାଯିବ।

ସୂଚନାଯୋଗ୍ୟ, ପୂର୍ବ ଦୁଇବର୍ଷ କରୋନା ପାଇଁ ପ୍ରତିଯୋଗିତାଗୁଡ଼ିକୁ ଅନ୍ଲାଇନ୍ରେ ସୀମିତ ରଖାଯାଇଥିଲା। ଦୁଇବର୍ଷ ଅନ୍ତରରେ ଏହା ପୁଣିଥରେ ଅଫ୍ଲାଇନ୍ରେ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ପ୍ରତିଯୋଗିତା ଆୟୋଜିତ ହେଉଥିବା କେନ୍ଦ୍ରଗୁଡ଼ିକ ବିଷୟରେ ସୂଚନା ‘ସମ୍ବାଦ’ ପୃଷ୍ଠାରେ ଏକାଧିକ ଥର ପ୍ରକାଶିତ ହୋଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି