ଅପରାଧ ରାଜ୍ୟ

ଟୁରିଷ୍ଟ ପରମିଟ୍‌ରେ ନାଇଟ୍‌କୋଚ୍‌; ପରିବହନ ବିଭାଗର ଚଢ଼ଉ ଜୋରଦାର୍, ୧୨ଗାଡ଼ି ଜବତ କଲାଣି ପରିବହନ ବିଭାଗ

ଭୁବନେଶ୍ବର : ରାଜ୍ୟ ଭିତରେ ଓ ବାହାର ରଜ୍ୟକୁ ବସ୍‌ ଚଳାଇବାକୁ ବସ୍‌ ମାଲିକମାନେ ଟୁରିଷ୍ଟ ପରମିଟ୍‌ ନେଇଛନ୍ତି। କିନ୍ତୁ ଏଥିରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ବିଭିନ୍ନ ରୁଟ୍‌ରେ ଦୈନିକ ବସ୍‌ ଚଳାଉଥିଲେ। ଏପରିକି କିଛି ବସ୍‌ ମାଲିକ ନାଇଟ୍‌ କୋଚ୍‌ ବସ୍‌ ଚଲାଉଥିଲେ। କିଛି ବସ୍‌ର ପରମିଟ୍‌ ରଦ୍ଦ ହୋଇଥିଲେ ବି ସେମାନେ ଏହାକୁ ନମାନି ବସ୍‌ ଚଳାଉଥିଲେ। ବସ୍‌ରେ ଯାତ୍ରୀ କମ୍‌ ଅଧିକ ସାମଗ୍ରୀ ପରିବହନ କରୁଥିଲେ। ଏହିପରି ୧୨ଟି ବସ୍‌କୁ ପରିବହନ ବିଭାଗ ଜବତ କରିଛି।

ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ଭୁବନେଶ୍ବର ଓ ପୁରୀରୁ କୋଲକତା ଅଭିମୁଖେ ଯାଉଥିବା କିଛି ଯାତ୍ରୀବାହୀ ବସ୍‌ର ଯାଞ୍ଚ ସମୟରେ ବସ୍‌ଗୁଡ଼ିକ ନିୟମ ମାନୁନଥିବା ଜଣାପଡ଼ିଥିଲା। ତେଣୁ ସେଗୁଡ଼ିକୁ ସିଜ୍‌ କରାଯାଇଛି।

ଜୁନ୍‌ ୯ତାରିଖରୁ ଆଜି ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରେ ଜଣାପଡ଼ିଛି ଯେ, ୪ଟି ବସ୍‌ ଟୁରିଷ୍ଟ ପରମିଟ୍‌ ନେଇଥିବାବେଳେ ଦୈନିକ ଯାତ୍ରୀବାହୀ ବସ୍‌ ଭାବେ ଚଲାଉଥିଲେ। ଦୁଇଟି ବସ୍‌ର ପରମିଟ୍‌ ବାତିଲ୍‌ ହୋଇଥିବାବେଳେ ଦୁଇଟି ବସ୍‌ର ପରମିଟ୍‌ ନଥିଲା। କିନ୍ତୁ ସେମାନେ ବିଭିନ୍ନ ରୁଟ୍‌ରେ ଗାଡ଼ି ଚଲାଉଥିଲେ। ଗୋଟିଏ ବସ୍‌ ସ୍ବତନ୍ତ୍ର ପରମିଟ୍‌ ନେଇ ଦୈନିକ ବସ୍‌ ଚଲାଉଥିବାବେଳେ ଦୁଇଟି ବସ୍‌ ଯାତ୍ରୀବାହୀ ପରମିଟ୍‌ ନେଇ ଯାତ୍ରୀ କମ୍‌ ଅଧିକ ସାମଗ୍ରୀ ପରିବହନ କରୁଥିଲେ। ଏହି ସମସ୍ତ ବସ୍‌କୁ ସିଜ୍‌ କରି ବିଭିନ୍ନ ଆର୍‌ଟିଓ କାର୍ଯ୍ୟାଳୟ ଓ ଥାନାରେ ରଖାଯାଇଛି। ଏପରିକି ବସ୍‌ଗୁଡ଼ିକରେ ଜିଏସ୍‌ଟି ଫାଙ୍କି ବିଭିନ୍ନ ସାମଗ୍ରୀ ଅଣାଯାଉଥିବାରୁ କିଛି ବସ୍‌କୁ କମର୍ସିଆଲ ଟ୍ୟାକ୍ସ ଏବଂ ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହାସହ ବସ୍‌ଗୁଡ଼ିକରୁ ଜରିମାନା ଆଦାୟ କରିବାକୁ ନୋଟିସ୍‌ କରାଯାଇଛି ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।