ଭଦ୍ରକ ୦୬।୦୯ : ରାତିରେ ପୋଲିସ ଫୋର୍ସ ଗାଡିକୁ ଢେଲା ମାରିବା ଘଟଣା । ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଫୋର୍ସ ନେଇ ଯାଉଥିବା ଗାଡିଟି ହେଡ ଲାଇଟ୍ ମାରିବାରୁ କେତେକ ଯୁବକ ଢେଲା ମାରିଥିବା ସୂଚନା ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ ଏମିତି ଘଟଣା ସାମ୍ନାକୁ ଆସିଛି । ଧାମନଗର ଥାନା ଅଧିନରେ କାମ ସାରି ଏକ ପୋଲିସ ଫୋର୍ସ ଗାଡି ଫେରୁଥିଲା । ତେବେ ଗାଡିର ଲାଇଟ ହେଡ ମୋଡ଼ରେ ଥିବାରୁ ଯୁବକ ମାନେ ଢେଲା ମାରିଥିଲେ । ପରେ ଧାମନଗର ପୋଲିସ ଖବର ପାଇ ପ୍ରଥମେ ୩ ଜଣଙ୍କୁ ଅଟକ ରଖିଥିଲା । ତିନି ଅଟକ ଯୁବକଙ୍କ ମଧ୍ୟରୁ ଜଣେ ସରପଞ୍ଚ ହୋଇଥିବାରୁ ପର ମୁହୂର୍ତ୍ତରେ ତାଙ୍କୁ ଥାନାରୁ ଛଡା ଯାଇଥିବା ସୂଚନା ମିଳିଛି ।
ସେପଟେ ଧାମନଗର ଥାନା ଅଧିକାରୀ କହିଛନ୍ତି ଯେ, ଘଟଣା ସହ ସରପଞ୍ଚଙ୍କର କୌଣସି ସମ୍ପର୍କ ନାହିଁ । ତାଙ୍କୁ ଅଟକ ରଖାଯାଇନାହିଁ । ସେ କେବଳ ବୁଝାସୁଝା କରିବା ପାଇଁ ଆସିଥିଲେ । ତେବେ ଏହି ଘଟଣାରେ ସରପଞ୍ଚଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।