ଅପରାଧ ରାଜ୍ୟ

ଦଶପଲ୍ଲାରେ ମଦ ଭାଟି ସହ ତାଳ ଦେଇ ବଢୁଛି ଅପରାଧ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ର ବିଭିନ୍ନ ଆଦିବାସୀ ବହୁଳ ପଞ୍ଚାୟତରେ ଦିନକୁ ଦିନ ବଢ଼ି ଚାଲିଛି ମଦଭାଟି ସଂଖ୍ୟା। ଜଙ୍ଗଲରେ ଦୈନିକ ରନ୍ଧା ଯାଉଛି ଶହଶହ ଲିଟର ମଦ। ମଦ ବ୍ୟବସାୟୀମାନେ ବିଭିନ୍ନ ଜଙ୍ଗଲରେ ମଦଭାଟି ବସାଉଛନ୍ତି। ଏହାକୁ କିଏ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଛି ତ ପୁଣି କିଏ ବାହାରକୁ ଚାଲାଣ କରୁଛି। ଫଳରେ ବିଭିନ୍ନ ଛକ ବଜାରଠାରୁ ଆରମ୍ଭ କରି ଚା, ପାନ ଓ ଜଳଖିଆ ଦୋକାନରେ ସଞ୍ଜ ନଇଁଲେ ଜମୁଛି ମଦର ଆସର। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବାସହ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି। ହେଲେ ଏସବୁ ସତ୍ତ୍ବେ ଅବକାରୀ ବିଭାଗ ପକ୍ଷରୁ କୌଣସି ସ୍ଥାନରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

ସରକାରଙ୍କ ନୂଆ ନିୟମ ପାଇଁ ଅବକାରୀ ବିଭାଗ ଏହାର ବେଶ୍ ଫାଇଦା ଉଠାଉଥିବା କୁହାଯାଉଛି। କେତେବେଳେ ବିଭିନ୍ନ ସ୍ଥାନରେ ଯଦିଓ ଚଢାଉ କରାଯାଉଛି ଏହାକୁ ରଫାଦଫା କରି ଦିଆଯାଉଥିବା ଭଳି ଅଭିଯୋଗ ହେଉଛି। ଦଶପଲ୍ଲା ବ୍ଲକ୍‌ର କଳସାଖମଣ, ଦୁଡା, ନୂଆଗାଁ, ଚଢେୟାପଲ୍ଲୀ, କୁଲୁରୁକୁମ୍ପା, ବାଣିଗୋଛା, କୁଜାମେଣ୍ଢି, ନଛିପୁର ଏବଂ ଘୁଗୁଡିପଡା ପ୍ରଭୃତି ପଞ୍ଚାୟତର ବିଭିନ୍ନ ଜଙ୍ଗଲରେ ବ୍ୟବସାୟୀମାନେ ମଦଭାଟି ବସାଉଥିବା ଅଭିଯୋଗ ହେଉଛି। ଖାଲି ସେତିକି ନୁହେଁ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଉପରେ ଦୈନିକ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଉଛି। ବିଭିନ୍ନ ସମୟରେ ନୟାଗଡ଼ ଅବକାରୀ ବିଭାଗ ପକ୍ଷରୁ ଦଶପଲ୍ଲା ଅଂଚଳରୁ ଚଢାଉ କରାଯାଇ ଗଞ୍ଜେଇ ଜବତ କରାଯାଉଥିବା ବେଳେ ଦଶପଲ୍ଲା ଅବକାରୀ ବିଭାଗକୁ ସେଭଳି ସଫଳତା ମିଳୁ ନ ଥିବା ଦେଖିବାକୁ ମିଳିଛି। ତେବେ ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।