ଅପରାଧ ରାଜ୍ୟ

ରହସ୍ୟରେ ରହିଗଲା ୧୦ ଲକ୍ଷ ଲୁଟ୍ ଘଟଣା, ହେଲାନି ଲିଖିତ ଅଭିଯୋଗ

ବ୍ରହ୍ମଗିରି : ଗତକାଲି ଦିନ ଦ୍ବିପ୍ରହରରେ ବ୍ରହ୍ମଗିରି ହାଇସ୍କୁଲ୍‌ ଓ ସବ୍‌ରେଜିଷ୍ଟ୍ରାର୍‌ ଅଫିସ ନିକଟରେ ଜଣେ ପୁଲିସ କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ରହସ୍ୟରେ ରହିଛି। ଲୁଟ୍ ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଲୁଟ୍‌ର ଶିକାର ହୋଇଥିବା ପୁଲିସ କର୍ମଚାରୀ ଥାନାରେ ଲିଖିତ ଅଭିଯୋଗ କରି ନ ଥିବା ଜଣାପଡିଛି। ଅଭିଯୋଗ ଆସି ନ ଥିବାରୁ ପୁଲିସ ଆଗକୁ ଯାଇ ପାରୁ ନାହିଁ। ଏହି ଲୁଟ୍ ଘଟଣା ପଛର ରହସ୍ୟ କ’ଣ ରହିଛି ଆଜି ମଧ୍ୟ ବ୍ରହ୍ମଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ଲୁଟ୍‌ ଘଟଣା ଉପରୁ ପର୍ଦ୍ଦା ଉଠୁ ନାହିଁ। ଲୁଟ୍‌ର ଶିକାର ହୋଇଥିବା ପୁଲିସ କର୍ମଚାରୀ ଥାନାକୁ ଆସି ନାହାନ୍ତି।

ଗତକାଲି ସକାଳୁ ବ୍ରହ୍ମଗିରି ପୁଲିସର କର୍ମଚାରୀ ସାହାଜାନପୁର ଗାଁର ରାକେଶ ସାହୁଙ୍କୁ ବନ୍ଧୁକ ଦେଖାଇ ଦୁଇ ଜଣ ଯୁବକ ୧୦ ଲକ୍ଷ ଟଙ୍କା ଲୁଟ୍ କରି ନେଇଥିବା ଖବର ମିଳିଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହ‌ଞ୍ଚି ତଦନ୍ତ କରିଥିଲା। ପୁଲିସର ୩ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ କରିଥିଲା। ବ୍ୟାଙ୍କର ସିସିଟିଭି ଫୁଟେଜ ଯାଞ୍ଚ‌ କରିବା ସହିତ ବ୍ରହ୍ମଗିରି ବଜାରର ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ‌ କରିଥିଲା। ରାକେଶ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଉଠାଇଥିବା ସିସିଟିଭି ଫୁଟେଜ୍‌ରେ ରହିଥିବା ପୁଲିସ ସ୍ପଷ୍ଟ କରିଥିଲା। ରାକେଶ ଜମି କିଣିବାକୁ ବ୍ରହ୍ମଗିରି ଗାଁର ମହେଶ୍ବର ସାହୁଙ୍କଠାରୁ ୧୦ ଲକ୍ଷ ଟଙ୍କା କରଜ ନେଇଥିବା ଜାଣିବାକୁ ପାଇ ଥିଲା। ଏହି କରଜ ଟଙ୍କା ଦେବାକୁ ରାକେଶ ବ୍ୟାଙ୍କରୁ ଟଙ୍କା ଉଠାଣ କରି ମହେଶ୍ବରଙ୍କ ପାଖକୁ ଯାଉଥିବା ପୁଲିସ ଜାଣିବାକୁ ପାଇଥିଲା। ମହେଶ୍ବରଙ୍କୁ ମଧ୍ୟ ପୁଲିସ ଡାକି ପଚରାଉଚରା କରିଥିଲା। ପୁରୀରୁ ସଦର ଏସ୍‌ଡିପିଓ ସନ୍ଧ୍ୟାରେ ପହ‌ଞ୍ଚି ଘଟଣାର ତନାଘନା କରିଥିଲେ। ଏତେ ସବୁ ତନାଘନା ପରେ କାହିଁକି ରାକେଶ ଥାନାରେ ଲିଖିତ ଅଭିଯୋଗ କଲେ ନାହିଁ। ଏହି ଲୁଟ ଘଟଣା ପଛରେ କି ରହସ୍ୟ ରହିଛି ସେ ନେଇ ଆଜି ମଧ୍ୟ ସବୁଠି ଚର୍ଚ୍ଚା ହେଉଛି। ସେପଟେ ପୁଲିସ କହୁଛି ଆଜି ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ଆସି ନାହିଁ। ଅଭିଯୋଗ ଆସିଲେ ତୁରନ୍ତ ପଦକ୍ଷେପ ନିଆଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।