ଅପରାଧ ରାଜ୍ୟ

ବିଷାକ୍ତ ପିମ୍ପୁଡ଼ି ଆତଙ୍କ: ଲୋକେ ଅସ୍ତବ୍ୟସ୍ତ, ପ୍ରଶାସନ ନିରବ

ପିପିଲି : ପିପିଲି ବ୍ଲକ୍‌ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣ ସାହିରେ ଗତ କିଛିଦିନ ହେବ ବିଷାକ୍ତ ପିମ୍ପୁଡ଼ି ଆତଙ୍କ ଦେଖାଦେଇଛି। ଏବେ ପିମ୍ପୁଡ଼ି ଆକ୍ରାନ୍ତରେ ଅତିଷ୍ଠ ଲୋକେ ବାଧ୍ୟହୋଇ ଗାଁ ଛାଡ଼ୁଛନ୍ତି। ଯନ୍ତ୍ରଣା ଅସହ୍ୟ ହେବାରୁ ଗାଁର କୁମୁଦ ଦାଶ ପରିବାର ଗାଁ ଛାଡ଼ି ଏବେ ନିଜ ବନ୍ଧୁଘର ଡେଲାଙ୍ଗରେ ଆଶ୍ରୟ ନେଇଥିବାବେଳେ ରେଣୁବାଳା ଦାଶ ନିଜ ସମ୍ପର୍କୀୟ ଘର ଖୋର୍ଦ୍ଧାରେ ଅବସ୍ଥାନ କରୁଛନ୍ତି। ଅନ୍ୟପକ୍ଷରେ ଗାଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଅଦ୍ୟାବଧି ଜିଲ୍ଲା କିମ୍ବା ସ୍ଥାନୀୟ ପ୍ରଶାସନର କୌଣସି ଅଧିକାରୀ ସେଠାରେ ପହଞ୍ଚିନାହାନ୍ତି। ଏ ନେଇ ଗାଁରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଗାଁ ସାରା ଏବେ ଲକ୍ଷ ଲକ୍ଷ ନାଲି ରଙ୍ଗର ବିଷାକ୍ତ ପିମ୍ପୁଡ଼ି ଅଣ୍ତା ଦେବାସହ ବସା ବାନ୍ଧି ସାରିଲେଣି। ଏହି ପିମ୍ପୁଡ଼ି ଶରୀରକୁ ସ୍ପର୍ଶ କଲେ କୁଣ୍ତାଇ ହେବା ସହ ଘା ହୋଇଯାଉଛି ବୋଲି ୱାର୍ଡ ସଭ୍ୟ ରାଜପ୍ରସାଦ ଦାଶ କହିଛନ୍ତି। ଏହି ବିଷାକ୍ତ ପିମ୍ପୁଡ଼ି ସଂସ୍ପର୍ଶରେ ଆସି ଗାଁର ଆଶାମଣୀ ଦାଶ, ନୟନା ଦାଶଙ୍କ ସମେତ ବହୁ ଲୋକଙ୍କ ଗୋଡ଼ରେ ଘା ହୋଇଗଲାଣି। ଏହି ପିମ୍ପୁଡ଼ି କାମୁଡ଼ାରେ ସେଠାରେ ସାପ, ଝିଟିପିଟି, ଅସରପା ଓ ବିଛା ଆଦି ମରିପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ଲୋକେ ଘରେ ତଳେ ବସି ଖାଦ୍ୟ ଖାଇ ପାରୁନାହାନ୍ତି। ଗ୍ରାମବାସୀ ଏହି ପିମ୍ପୁଡ଼ିମାନଙ୍କ ଦାଉରେ ଦର୍ଘଦିନ ହେବ ହନ୍ତସନ୍ତ ହେଉଛନ୍ତି ଓ ସେ ଏ ସମ୍ପର୍କରେ ପିପିଲି ବିଡିଓଙ୍କୁ ଅବଗତ କରାଇଛନ୍ତି ବୋଲି ସରପଞ୍ଚ ସୁରେନ୍ଦ୍ର ବେହେରା କହିଛନ୍ତି। ସେହିପରି ମଙ୍ଗଳପୁର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି ବୋଲି ଆଶା କର୍ମୀ ସବିତା ଦାଶ କହିଛନ୍ତି। ବିଷାକ୍ତ ପିମ୍ପୁଡ଼ି ଦାଉରୁ ଗ୍ରାମବାସୀଙ୍କୁ ରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।