ଅପରାଧ ରାଜ୍ୟ

ପୂର୍ବଶତ୍ରୁତାରୁ ସର୍ବନାଶ, ଘରେ ଓ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ନୀଳଗିରି ୦୫।୦୯: ବ୍ୟକ୍ତିଗତ ରାଗ ରଖି ଘରେ ଓ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ରବିବାର ରାତିରେ ନୀଳଗିରି ଥାନା ଅଧିନ କେପିଲାଖରାଜ ପଞ୍ଚାୟତ ଗୋବର୍ଦ୍ଧନପୁର ଗାଁରେ ଏଭଳି ଅଘଟଣ ଘଟିଛି।

ଖବର ଅନୁଯାୟୀ, ରମେଶ ଚନ୍ଦ୍ର ରଣାଙ୍କ ଦୋକାନ ସହିତ ବାସଭବନକୁ ବ୍ୟକ୍ତିଗତ ରାଗ ରଖି କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଫଳରେ ତାଙ୍କର ସମସ୍ତ ଜିନିଷ, ଗାଡ଼ି, ଗ୍ୟାସ୍, ଦୋକାନ ସାମଗ୍ରୀ ପୋଡି ସବୁ ନଷ୍ଟ ହୋଇଯାଇଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।ଏନେଇ ରମେଶ ଚନ୍ଦ୍ର ରଣା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ହରେନ୍ଦ୍ର ପତି ନାମକ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି। ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ୧୩ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ ଯାଇ ରମେଶଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ତାଙ୍କୁ କିପରି ସରକାର ତରଫରୁ ସାହାଯ୍ୟ ମିଳିବ ତାର ବ୍ୟବସ୍ଥା କରିଛନ୍ତି। ତାଙ୍କ ସହ ନୀଳଗିରି ବିଜୁ ଯୁବ ଜନତା ଦଳର ସଭାପତି ଧିରେନ୍ଦ୍ର କୁମାର ଲେଙ୍କା, ବିଜୁ ଯୁବ ଜନତା ଦଳର ଡିଜିଟାଲ ସେକ୍ରେଟାରୀ ଅସିତ୍ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।