ପୁରୀ ୦୪।୦୯ : ଶ୍ରୀକ୍ଷେତ୍ରରେ ମାତିଲେ ମୂର୍ତ୍ତି ଚୋର । ରବିବାର ପବିତ୍ର ରାଧାଷ୍ଟମୀ ଅବସରରେ ବି ରାଧା ମୂର୍ତ୍ତିଙ୍କୁ ଛାଡିଲେନି ଲୁଟେରା । ପୁରୀ ସଦର ଥାନା ଚକ୍ରବର୍ତ୍ତୀ ଗାଁରେ ଥିବା ରାଧାକୃଷ୍ଣ ମନ୍ଦିରରୁ ମୂର୍ତ୍ତି ସହ ସୁନାଗହଣା ଚୋରି କରିନେଇଛନ୍ତି ଲୁଟେରା । ଏନେଇ ସଦର ଥାନାରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
ଖବର ଅନୁଯାୟା, ପୁରୀ ସଦର ଥାନା ଚକ୍ରବର୍ତ୍ତୀ ଗାଁର ରାଧାକୃଷ୍ଣ ମନ୍ଦିରରୁ ମୂର୍ତ୍ତି ସହ ସୁନାଗହଣା ଚୋରି ହୋଇଛି । ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ସନ୍ଦେହ କରାଯାଉଛି । ଗାଁଲୋକେ ମନ୍ଦିର ଖୋଲି ଦେଖିବା ପରେ, ରାଧାଙ୍କ ମୂର୍ତ୍ତ ସହ ଅନେକ ସୁନାଗହଣା ଲୁଟ୍ ହୋଇଛି । ଏନେଇ ସଦର ଥାନାକୁ ଜଣାଇଥିଲେ । ଏହାପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାର୍ଡ ସଯୋଗ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।