ଅପରାଧ ରାଜ୍ୟ

ଜଗନ୍ନାଥ ମନ୍ଦିରରେ ନୀତି ବିଳମ୍ବ ଘଟଣା, ୫ଜଣ ସେବାୟତ ନିଲମ୍ବିତ

ବାରିପଦା ୦୪।୦୯: ବାରିପଦା ଜଗନ୍ନାଥ ମନ୍ଦିରରେ ନୀତି ବିଳମ୍ବ ଘଟଣାରେ ଆକ୍ସନ । ମାମଲାରେ ୫ଜଣଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ମନ୍ଦିର ଟହଲିଆ ସେବାୟତ ଭାନୁ ମହାଭୋଇ, କୃଷ୍ଣଚନ୍ଦ୍ର ବାରିକ, ମହେଶ୍ବର ମହାକୁଡ଼, ଦୀପଙ୍କର ମହାଭୋଇ, ଚିତ୍ତ ରଞ୍ଜନ ମହାଭୋଇ ଉକ୍ତ ରହିଛନ୍ତି । ଦେବତ୍ୱର ବିଭାଗ ପତ୍ର ସଂଖ୍ୟା ୫୫୪ ଅନୁଯାୟୀ ନିଲମ୍ବନ ଆଦେଶ ଦିଆଯାଇଛି।

ଖବର ଅନୁଯାୟୀ, ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ଶୁକ୍ରବାର ସନ୍ଧ୍ୟା ଆଳତୀ ପରେ ନୀତିକାନ୍ତି ପୂର୍ବକ ମହାପ୍ରଭୁଙ୍କ ପହଡ ପଡିବା କଥା । କିନ୍ତୁ ସେବା କାର୍ଯ୍ୟରେ ଥିବା ଭାନୁ ମହାଭୋଇ ଦୁର୍ଘଟଣାରେ ଆହତ ହୋଇଥିଲେ। ମାତ୍ର ତାଙ୍କ ବଦଳରେ ଅନ୍ୟ କୌଣସି ସେବାୟତ ମଧ୍ୟ ମହାପ୍ରଭୁଙ୍କ ସେବାରେ ଯୋଗ ଦେଇନଥିଲେ। ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି ସମାପନ ହୋଇ ପାରିନଥିଲା। ଯାହାକୁ କେନ୍ଦ୍ର କରି ମନ୍ଦିର ସେବାୟତ ଏବଂ ଜିଲ୍ଲାର ସଂଗଠନ ପକ୍ଷରୁ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଉ ଏବେ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।