ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ବିଭାଗର ନିର୍ଦ୍ଦେଶ: ‘ଉଭୟ ଓଡ଼ିଆ, ଇଂରାଜୀ ଭାଷାରେ କଳା ପ୍ରଶ୍ନପତ୍ର ଦିଅ’

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର +୩ କଳା ବିଷୟରେ ପ୍ରଶ୍ନପତ୍ର ଗୁଡ଼ିକ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ କରିବାକୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବିଭାଗୀୟ ଅତିରିକ୍ତ ସଚିବ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବିଶ୍ବବିଦ୍ୟାଳୟର କଳା ସ୍ନାତକ ବିଦ୍ୟାର୍ଥୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଅଭିଯୋଗ ପତ୍ର ପଠାଯାଇଥିଲା। ସେଥିରେ କଳା ପ୍ରଶ୍ନପତ୍ର କେବଳ ଇଂରାଜୀ ଭାଷାରେ ଦିଆଯାଉ ଥିବାରୁ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରାଯାଇଥିଲା। ଅଭିଯୋଗ ଯାଞ୍ଚ କରାଗଲା ପରେ ଏହା ସତ୍ୟ ବୋଲି ଜଣାପଡ଼ିଛି। କେବଳ ଇରାଜୀରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉଥିବାରୁ ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ତାହା ବୁଝିବା କଷ୍ଟସାଧ୍ୟ ହେଉଛି। ତେଣୁ ସ୍ନାତକ କଳା ପ୍ରଶ୍ନପତ୍ର ଗୁଡ଼ିକ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି। ଏ ସଂପର୍କରେ କଣ ପଦକ୍ଷେପ ନିଆଗଲା ସେ ସଂପର୍କିତ ରିପୋର୍ଟ ଗୋଟିଏ ସପ୍ତାହ ମଧ୍ୟରେ ବିଭାଗକୁ ଜଣାଇବାକୁ କହାଯାଇଛି।

ଉଲ୍ଲେଖଯୋଗ୍ୟ, ସରକାରୀ ନିୟମର ଉଲ୍ଲଂଘନ କରି ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କଳା ପ୍ରଶ୍ନପତ୍ର ଗୁଡ଼ିକ କେବଳ ଇଂରାଜୀ ଭାଷାରେ ପ୍ରସ୍ତୁତ କରୁଥିଲେ। ଏହାଦ୍ବାରା ଉତ୍ତର ଜାଣିଥିଲେ ବି ପ୍ରଶ୍ନ ବୁଝି ନପାରି ଅନେକ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କରୁଥିଲେ। ଏନେଇ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି