ଅପରାଧ ରାଜ୍ୟ

ଯୌତୁକ ପାଇଁ ବଳିପଡିଲା ସମ୍ପର୍କ, ସ୍ତ୍ରୀକୁ ସାନିଟାଇଜର ପକାଇ ନିଆଁ ଲଗାଇଲା ସ୍ୱାମୀ

ସାନଖେମୁଣ୍ଡି ୦୨/୦୯: ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମର ମାଝି ସାହିରେ ରିତା ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ସଞ୍ଜୟ ପ୍ରଧାନ ସାନିଟାଇଜର ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ରୀତାଙ୍କ ଶରୀର ୩୦ ଭାଗ ପୋଡିଯାଇଛି । ପେଟ ଅଂଶ ପୋଡ଼ି ଯାଇଥିବା ବେଳେ ନିଜେ ଶରୀରରେ ପାଣି ଢାଳି ନିଜ ଜୀବନ ବଞ୍ଚାଇଥିଲେ ।

ଦୌଡ଼ି ଦୌଡ଼ି ନିକଟସ୍ଥ ଅନ୍ୟ ଏକ ସାହିରେ ରହୁଥିବା ମାଉସୀଙ୍କ ଘରେ ପହଞ୍ଚି ସମସ୍ତ କଥା କହିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ୨୦୧୮ରେ ରିତା ଏବଂ ସଞ୍ଜୟଙ୍କ ବିବାହ ହୋଇଥିଲା ।

ବିବାହ ପରଠାରୁ ସଞ୍ଜୟ ଯୌତୁକ ପାଇଁ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏ ନେଇ ୨୦୧୯ରେ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ମହିଳା ଥାନା ପକ୍ଷରୁ ଘଟଣାକୁ ଗୁରୁତ୍ୱ ଦିଆଯାଇନଥିଲା । ରୀତା ତାଙ୍କ ଶଶୁର ଘରେ ହିଁ ରହି ଆସୁଥିଲେ । ରୀତାଙ୍କୁ ତାଙ୍କ ସ୍ୱାମୀ ବହୁବାର ମାରିଦେବାକୁ ଚେଷ୍ଟା କରିଥିବା ବେଳେ ସଫଳ ହୋଇନଥିଲେ ବୋଲି ସେ କହିଛନ୍ତି ।

ଗତକାଲି ସନ୍ଧ୍ୟାରେ ମଧ୍ୟ ରୀତା ଛାତ ଉପରେ ଥିବା ସମୟରେ ତାଙ୍କ ସ୍ଵାମୀ ସଞ୍ଜୟ ଛାତ ଉପରୁ ଠେଲି ଦେବାକୁ ଉଦ୍ୟମ କରିଥିଲେ । କୌଣସି ପ୍ରକାରେ ରୀତା ସେଠାରୁ ଖସି ପଳାଇ ଆସିଥିଲେ ବୋଲି କହିଛନ୍ତି । ସଞ୍ଜୟଙ୍କ ଟାର୍ଗେଟ୍‌ରେ ରିତା ଥିବା ଯୋଗୁଁ ଆଜି ଜୀବନରେ ମାରିଦେବାକୁ ମନସ୍ଥ କରିଥିଲେ ।

ରିତା ଘରେ ଥିବା ସମୟରେ କିଛି ସାନିଟାଇଜର ତାଙ୍କ ଉପରେ ଢ଼ାଳି ନିଆଁ ଲଗାଇଦେଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । ରୀତାଙ୍କ ଘର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସାହାପୁର ବୋଲି ଜଣାପଡ଼ିଛି । ଏ ନେଇ ଥାନାରେ ଖୁବଶୀଘ୍ର ଏତଲା ଦିଆଯିବ ବୋଲି ରୀତାଙ୍କ ବାପା ଛେନା ପ୍ରଧାନ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।