ଅପରାଧ ରାଜ୍ୟ

ଅବକାରୀ ସ୍କ୍ୱାର୍ଡ ଚଢ଼ାଉ: ୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ୦୨/୦୯: ଢେଙ୍କାନାଳ ସଦର ଥାନା ଅଂଚଳରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି । ସଦର ପୁଲିସର ନିଷ୍କ୍ରିୟତା ବ୍ରାଉନ ସୁଗାର ବେପାରୀ ମାନଙ୍କୁ ତାଙ୍କ କାରବାର ବଢ଼ାଇ ବାରେ ସୁଯୋଗ ସୃଷ୍ଟି କରିଛି । ଏପରି ସ୍ଥଳେ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବଳଦିଆ ବନ୍ଧ ଅଂଚଳରେ ଚଢ଼ାଉ କରିଛି ।

ଏହି ଚଢ଼ଉରେ ଅବକାରୀ ସ୍କ୍ୱାର୍ଡ ଜଣେ ବ୍ରାଉନ ସୁଗାର ବେପାରୀକୁ କାବୁ କରିବାରେ ସକ୍ଷମ ହୋଇଛି । ବେପାରୀ ଠାରୁ ୪୨ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି ।

ଏହି ବ୍ରାଉନ ସୁଗାର ବେପାର କରୁଥିବା ରାଜେନ୍ଦ୍ର ବେହେରା ନାମକ ଜଣେ ଯୁବକ କୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ । ଗିରଫ ଯୁବକ ସ୍ଥାନୀୟ ବଳଦିଆ ବନ୍ଧ ଗ୍ରାମର ବୋଲି ଜଣାପଡିଛି । ଗିରଫ ଯୁବକ ପୁଲିସର ସଲାସୁତରା ରେ ଦୀର୍ଘଦିନ ହେଲା ଏହି ଧଳା ଜହର ବେପାର କରିଆସୁଥିଲା ବୋଲି ସୂଚନା ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।