ଦେଶ ବିଦେଶ ମନୋରଞ୍ଜନ

ଡିସେମ୍ବର ୧୧ରେ ରିଲିଜ୍‌ ହେବ ‘ଦୁର୍ଗାମତୀ’

ହସାଇବା ଓ କନ୍ଦେଇବା ପରେ ଏବେ ଡରାଇବେ ଅଭିନେତ୍ରୀ ଭୂମି ପେଡ୍‌ନେକର। ଆସନ୍ତା ୧୧ ତାରିଖରେ ଆମାଜନ ପ୍ରାଇମ୍‌ରେ ମୁକ୍ତିଲାଭ କରିବ ଭୂମିଙ୍କର ହରର୍‌ ଥ୍ରିଲର୍‌ ‘ଦୁର୍ଗାମତୀ’। ସାଉଥ୍‌ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାଗମାଥୀ’ର ହିନ୍ଦୀ ରିମେକ୍‌ ହେଉଛି ଭୂମିଙ୍କ ଏହି ଚଳଚ୍ଚିତ୍ର। ‘ଭାଗମାଥୀ’ର ନିର୍ଦ୍ଦେଶକ ଜି ଅଶୋକ ଏହାର ବି ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଅନୁଷ୍କାଙ୍କ ଭଳି ଖ୍ୟାତନାମା କଳାକାର ଏଥିରେ କାମ କରିବା ପରେ ଭୂମିଙ୍କ ଭଳି ନବାଗତ କିଭଳି ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିବ‌ା ବେଳେ ଭୂମି ଏହାକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଅନୁଷ୍କା ଜୀଙ୍କ ପ୍ରଶଂସକମାନଙ୍କୁ ଅନୁରୋଧ କରୁଛି ସେମାନେ ଏହି ଚଳଚ୍ଚିତ୍ର ଥରେ ଦେଖନ୍ତୁ। ଚଳଚ୍ଚିତ୍ରରେ ଭୂମିଙ୍କ ସହ ଅଭିନେତା ଅର୍ଷଦ ୱାର୍ସି, ଯୀଶୁ ସେନ୍‌ଗୁପ୍ତା, ମାହି ଗିଲ୍‌ ଓ କରନ କାପଡ଼ିଆ ନଜର ଆସିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ