ଦେଶ ବିଦେଶ

ଏହି ସବୁ ଖାଦ୍ୟଠୁ ରୁହନ୍ତୁ ଦୂରରେ, ନଚେତ୍‌ ବଢିପାରେ କୋଲେଷ୍ଟ୍ରୋଲ୍‌

ନୂଆଦିଲ୍ଳୀ ୨୯।୦୮: ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ଯଦି ଆପଣଙ୍କ ଶରୀରରେ ଖରାପ ଏବଂ ଭଲ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ନରୁହେ ତେବେ ବଢିପାରେ ସମସ୍ୟା। ସମସ୍ତେ ଜାଣଛନ୍ତି ଯେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ନରହିଲେ ହୃଦଘାତର ସମ୍ଭାବନା ଅଧିକ ବଢିଯାଏ । ଏଭଳି ସ୍ଥିତିରେ ଆପଣଙ୍କୁ ଆପଣଙ୍କର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ନଚେତ ହୃଦଘାତ ହେବାର ଆଶଙ୍କା ଦେଖାଦେଇପାରେ । ଏମିତି କିଛି ଖାଦ୍ୟ ଅଛି ଯାହା କୋଲେଷ୍ଟ୍ରଲକୁ ବଢାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାରର ଖାଦ୍ୟଠାରୁ ଦୂରେଇ ରହିଲେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିବ ।

ଯେଉଁମାନେ ଅଧିକ ପରିମାଣରେ ଚିକେନ ଖାଉଛନ୍ତି ସେମାନେ ଏହା ଠାରୁ ଦୂରେଇ ରହିବା ଉଚିତ । କାରଣ ଚିକେନରେ କ୍ୟାଲୋରୀ, ଚର୍ବି ଏବଂ କୋଲେଷ୍ଟ୍ରଲ ପରିମାଣ ଅଧିକ ରହିଥାଏ । ଏହାକୁ ଖାଇବା ଦ୍ବାରା କୋଲେଷ୍ଟ୍ରଲର ସ୍ତର ମଧ୍ୟ ବଢିବାର ସମ୍ଭାବନା ଅଧିକ ରହିଥାଏ ।

ଏହାସହ ଯେଉଁମାନେ ସମ୍ପୂର୍ଣ୍ଣ ଚର୍ବିଯୁକ୍ତ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରୁଥିଲେ ଦୂରେଇ ରହିବାକୁ ପଡିବ । ଏଥିରେ କ୍ରିମ୍ , କ୍ଷୀର, ଲହୁଣୀ, ଦହି ଏବଂ ପନିର ସାମିଲ ଅଟେ । ଏହା ଦ୍ବାରା କୋଲେଷ୍ଟ୍ରଲର ସ୍ତର ଶୀଘ୍ର ବଢିଥାଏ । ଆପଣ ଦୁଗ୍ଧଜାତ ଦ୍ରବ୍ୟରେ କମ୍ ଚର୍ବିଯୁକ୍ତ ଦହି ଖାଇପାରିବେ । ଯାହାଦ୍ବାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିବ । ଲହୁଣୀ ବଦଳରେ ଆପଣ ଅଲିଭ୍ ଏବଂ ଆଭୋକେଡୋ ଅଏଲ୍ ଖାଇପାରିବେ ।

ପରିବର୍ତ୍ତିତ ଜୀବନଶୈଳୀରେ ଅଧିକାଂଶ ଲୋକ ଫ୍ରାଏଡ୍ ଫୁଡ୍ ବା ଫାଷ୍ଟଫୁଡ୍‌ ପ୍ରତି ଆକର୍ଷିତ ହେଉଛନ୍ତି । ତେବେ ଫ୍ରେଞ୍ଚ୍ ଫ୍ରାଇଜ୍, ଫ୍ରାଏ ଚିକେନ୍ ବା ଫ୍ରାଏ ହୋଇଥିବା ଅନ୍ୟ ଖାଦ୍ୟରେ ଚର୍ବି ବହୁତ ମାତ୍ରାରେ ରହିଥାଏ । ଏହାଦ୍ବାରା ମଧ୍ୟ କୋଲେଷ୍ଟ୍ରଲ ସହ ଅନ୍ୟାନ୍ୟ ରୋଗ ହୋଇପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ