ଖେଳ ଦେଶ ବିଦେଶ

ଏସିଆ କପ୍‌-୨୦୨୨ : ସୋମବାର ପରସ୍ପରକୁ ଭେଟିବେ ଆଫଗାନିସ୍ତାନ ଓ ବାଂଲାଦେଶ

ସାର୍‌ଜା ୨୯।୦୮: ଚଳିତ ଏସିଆ କପ୍‌ର ତୃତୀୟ ଲିଗ୍‌ ମୁକାବିଲାରେ ଆଫଗାନିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ବାଂଲାଦେଶ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ ପ୍ରଥମ ମ୍ୟାଚ୍‌ରେ ବିଜୟ ପାଇଁ ଆଶାବାଦୀ । ଅନ୍ୟ ପଟରେ ଆଫଗାନିସ୍ତାନ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ୨ ପଏଣ୍ଟ ଅକ୍ତିଆର କରିସାରିଛି । ଗ୍ରୁପ୍‌ ବି’ରେ ଆଫଗାନିସ୍ତାନ ଶୀର୍ଷରେ ରହିଛି । ସୋମବାର ବିଜୟ ସହ ଆଫଗାନିସ୍ତାନ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।

ଫର୍ମାଟ୍‌ ଅନୁଯାୟୀ, ୬ଟି ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ପ୍ରତି ଗ୍ରୁପ୍‌ରେ ୩ଟି ଲେଖାଏଁ ଦଳ ରହିଛନ୍ତି । ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପ୍‌ରେ ପରସ୍ପରକୁ ଭେଟିବେ । ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳ ପରବର୍ତ୍ତୀ ରାଉଣ୍ଡ୍‌ରେ ପ୍ରବେଶ କରିବେ । ଏହାପରେ ୪ଟି ଦଳକୁ ନେଇ ସୁପର ଫୋର୍‌ ରାଉଣ୍ଡ ଖେଳାଯିବ । ପ୍ରତ୍ୟେକ ଦଳ ଏହି ଗ୍ରୁପ୍‌ରେ ପରସ୍ପରକୁ ଭେଟିବେ । ଶ୍ରେଷ୍ଠ ୨ ଦଳ ଫାଇନାଲ୍‌ରେ ପ୍ରବେଶ କରିବେ ।

ଶ୍ରୀଲଙ୍କାକୁ ହରାଇବା ପରେ ଆଫଗାନିସ୍ତାନ ମନୋବଳ ଦୃଢ ରହିଛି । ଦଳର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ମୁଜିବ ଉର-ରେହମାନ, ରସିଦ ଖାନ ଓ ମହମ୍ମଦ ନବିଙ୍କୁ ନେଇ ଗଠିତ ସ୍ପିନ ବାହିନୀ ଶ୍ରୀଲଙ୍କାକୁ ଧରାଶାୟୀ କରିଥିଲେ । ବାଂଲାଦେଶ ବିପକ୍ଷରେ ମଧ୍ୟ ଦଳ କମାଲ ଦେଖାଇବ । ଅନ୍ୟ ପଟରେ ଜିମ୍ବାୱେ ଠାରୁ ପରାଜିତ ହୋଇ ଫେରିଥିବା ବାଂଲାଦେଶ ଦଳରେ ସନ୍ତୁଳନର ଅଭାବ ରହିଛି । ଦଳରରେ ଅଭିଜ୍ଞ ଖେଳାଳି ରହିଥିଲେ ହେଁ ସାକିବ ଅଲ୍‌ ହାସନଙ୍କ ଉପରେ ମୁଖ୍ୟତଃ ନିର୍ଭର କରୁଛି । ଅନ୍ୟମାନଙ୍କୁ ସହାୟତା କରିବାକୁ ହେବ ।

ସମ୍ଭାବ୍ୟ ଦଳ

ବାଂଲାଦେଶ: ମହମ୍ମଦ ନଇମ, ସାକିବ ଅଲ୍‌ ହାସନ(ଅଧିନାୟକ), ମୁସଫିକର ରହିମ, ମହମୁଦୁଲ୍ଲା, ମୁସ୍ତାଫିଜୁର ରେହମାନ, ସବିର ରେହମାନ, ଆନାମୁଲ ହକ୍‌, ଇବାଦତ ହୋସେନ, ମେହଦି ହାସାନ,ମହମ୍ମଦ ସୈଫୁଦ୍ଦିନ, ମୋସାଡେକ ହୋସେନ ।

ଆଫଗାନିସ୍ତାନ: ହଜରତୁଲ୍ଲା ଜାଜାଇ, ରହମତୁଲ୍ଲା ଗୁରବାଜ, ଇବ୍ରାହିମ ଜାଡ୍ରାନ, ନଜିବୁଲ୍ଲା ଜାଡ୍ରାନ, କରିମ ଜନତ, ମହମ୍ମଦ ନବି(ଅଧିନାୟକ), ରସିଦ ଖାନ,ଅଜମତୁଲ୍ଲା ଓମାରଜାଇ, ନବୀନ ଉଲ-ହକ୍‌, ମୁଜିବ ଉର ରେହମାନ, ଫଜଲହକ ଫାରୁକି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ