ଅପରାଧ ରାଜ୍ୟ

ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ଯୁବକଙ୍କ ନିଖୋଜ ଘଟଣା, ଦୁଇ ଦିନ ପରେ ମିଳିଲା ମୃତଦେହ

ଆଠଗଡ଼ ୨୯।୦୮: ମୁଣ୍ଡଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା । ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଠାବ । ଆଠଗଡ଼ ଗୁରୁଡିଝାଟିଆ ଥାନା ଲିଙ୍ଗାପଦା ନିକଟ ମହାନଦୀ କୂଳରୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କିଛି ଦିନ ତଳେ ମୁଣ୍ଡଳୀ ବ୍ରିଜ୍‌ ଉପରେ ଜଣେ ବ୍ୟକ୍ତି ସ୍କୁଟି ରଖି ମହାନଦୀକୁ ଡେଇଁପଡିଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତାମିଳିନଥିଲା । ଶେଷରେ ସୋମବାର ଦିନ ଗୁରୁଡିଝାଟିଆ ଥାନା ଲିଙ୍ଗାପଦା ନିକଟ ମହାନଦୀ କୂଳରେ ଲାଗିଥିବା ଦେଖି ଥାନାକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଏହାପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ନାମ ବିଶ୍ୱଦେବ ଦାସ୍‌ । ତାଙ୍କ ଘର ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳର ବୋଲି ଜଣାପଡିଛି । ଯୁବକ ଜଣଙ୍କ ନିଶାଶକ୍ତ ଥିବା ଅବସ୍ଥାରେ ନଦୀକୁ ଡେଇଁ ଥିବା ସୂଚନା ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।