ଅପରାଧ ରାଜ୍ୟ

କଣ୍ଟେନରକୁ ପଛରୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣା ପରେ ରାଜପଥ କଡ଼କୁ ଓଲଟି ପଡିଲା ଦୁଇ ଗାଡି

ପାଟଣା ୨୬/୦୮: କେନ୍ଦୁଝର ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ଦୁର୍ଘଟଣା । ପାଉଡ଼ର ବୋଝେଇ କଣ୍ଟେନର ପଛରେ ପରିବା ବୋଝେଇ ଟ୍ରକ ଧକା ଦେବା ଫଳରେ ଉଭୟ ଗାଡି ଭାରସାମ୍ୟ ହରାଇ ରାଜପଥ କଡ଼କୁ ଓଲଟି ପଡ଼ିଛି । ଦୁର୍ଘଟଣାରେ ଦୁଇ ଗାଡିର ଡ୍ରାଇଭର ଆହତ ହୋଇଛନ୍ତି ।

ବିଳମ୍ବିତ ରାତି ଦୁଇ ଗାଡି କଲିକତାରୁ କେନ୍ଦୁଝର ଆଡ଼କୁ ଯାଉଥିବା ସମୟରେ କଣ୍ଟେନର ଗାଡି ହଠାତ ବ୍ରେକ ମାରିବାରୁ ପରିବା ବୋଝେଇ ଟ୍ରକ ଭାରସାମ୍ୟ ହରାଇ କଣ୍ଟେନର ପଛରେ ଧକ୍କା ଦେଇଥିଲା । ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡିକୁ ଜବତ କରିବା ସହ ଆହତ ଡ୍ରାଇଭରଙ୍କୁ ମେଡିକାଲ ପଠାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।