ଦେଶ ବିଦେଶ ମନୋରଞ୍ଜନ

ୱେବ୍‌ ଥିଏଟରରେ ବ୍ୟସ୍ତ ସୈୟାମି, ଏହି ଫିଲ୍ମରେ ଆସିବେ ନଜର

ମୁମ୍ଵାଇ ୨୫।୦୮: ଚଳିତ ବର୍ଷ ଫେବ୍ରୁଆରୀରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ଆର୍‌ ବାଲ୍‌କୀଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଘୂମର୍‌’ରେ ନଜର ଆସିବେ ସୈୟାମି ଖେର । ଫିଲ୍ମରେ ତାଙ୍କ କ୍ରିକେଟ୍‌ କୋଚ୍‌ ଭୂମିକାରେ ଅଭିନୟ କରିବେ ଅଭିଷେକ ବଚ୍ଚନ । ଅଭିଷେକ ଓ ସୈୟାମି ୨ୟ ଥର ଏକାଠି ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ୱେବ୍‌ ସିରିଜ୍‌ ‘ବ୍ରିଦ୍‌’ର ସିଜନ୍‌୨ରେ ଉଭୟ ନଜର ଆସିଥିଲେ । ତେବେ କେବଳ ‘ଘୂମର୍‌’ ନୁହେଁ, ସୈୟାମିଙ୍କ ହାତରେ ଏବେ ଏକାଧିକ ପ୍ରୋଜେକ୍ଟ ରହିଛି । ‘ସ୍କାମ୍‌’ ଅଭିନେତା ପ୍ରତୀକ ଗାନ୍ଧିଙ୍କ ସହ ଖୁବ୍‌ଶୀଘ୍ର ସେ ନଜର ଆସିବେ ।

ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛି ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟ । ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ରଇସ୍‌’ର ନିର୍ଦ୍ଦେଶକ ରାହୁଲ ଢୋଲକିୟା ଏହାର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି । ଫିଲ୍ମର ଟାଇଟଲ୍‌ ‘ଅଗ୍ନି’ । ଅଗ୍ନୀବୀରଙ୍କ ଉପରେ ଏଇଟି ଗତିଶୀଳ । ତେବେ ପ୍ରୋଜେକ୍ଟ ବିଷୟରେ ଅଧିକ ତଥ୍ୟ ଗଣମାଧ୍ୟମକୁ ମିଳିନାହିଁ । ଚଳିତ ମାସ ଏହାର ସୁଟିଂ ଆରମ୍ଭ ହୋଇଛି ।

ମୁମ୍ବାଇ ଓ ଦିଲ୍ଲୀରେ ଅଧିକାଂଶ ସିନ୍‌ର ସୁଟିଂ ହେବ । ୱେବ୍‌ ସିରିଜ୍‌ ‘ବ୍ରିଦ୍‌’ର ତୃତୀୟ ସଂସ୍କରଣ ‘ବ୍ରିଦ୍‌ ଇନ୍‌ଟୁ ଦ ଶ୍ୟାଡୋଜ୍‌’ରେ ମଧ୍ୟ ସୈୟାମି ନଜର ଆସିବେ । ଜଣାପଡୁଛି, ଏ ବର୍ଷ ସେ ପୂରା ବ୍ୟସ୍ତ ରହିବେ । ବ୍ୟସ୍ତ ରହିବାରେ ଅସଲ ମଜା ଅଛି ବୋଲି ପୂର୍ବରୁ ସୈୟାମି କହିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ