ଅପରାଧ ରାଜ୍ୟ

ନୀଳକଣ୍ଠେଶ୍ଵର ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ପୂଜା ସରଞ୍ଜାମ ସହ ଲୁଟିନେଲେ ହୁଣ୍ଡି ଟଙ୍କା

ସାନଖେମୁଣ୍ଡି ୨୩।୮: ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜିଉରା ଛକ ନିକଟରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିରରୁ ଦୁର୍ବୃତ୍ତମାନେ ସୋମବାର ବିଳମ୍ବିତ ରାତିରେ ଲୁଟ୍ କରିଛନ୍ତି ।ସକାଳୁ ସକାଳୁ ମନ୍ଦିରର ପୂଜାରୀ ମନ୍ଦିର ଖୋଲିବା ପାଇଁ ଆସି ଦେଖିଲା ବେଳକୁ ମନ୍ଦିରର ମୁଖ୍ୟ ତାଲା ଭଙ୍ଗାଯିବା ସହ ଦାନ ହୁଣ୍ଡି ୨ଟି ଭାଙ୍ଗି ଦେଇଛନ୍ତି । ଏହାସହ ଦୁଇଟି ଷ୍ଟୋର ରୁମ୍‌ର ତାଲା ଭାଙ୍ଗି ମନ୍ଦିରରେ ବ୍ୟବହାର ହେଉଥିବା ପିତ୍ତଳ ବାଲଟି, କିଛି ପିତ୍ତଳ ସାମଗ୍ରୀ, ଦାନ ହୁଣ୍ଡିରୁ ଟଙ୍କା, ସାଉଣ୍ଡ ମେସିନ, ପାଣି ମୋଟର ସହ କିଛି ଲୁଗାପଟା ଚୋରି କରି ନେଇଯାଇଛନ୍ତି ।

ମନ୍ଦିରଟି ନଦୀ କଡରେ ଥିବା ବେଳେ ନିକଟରେ କୌଣସି ଘର ନଥିବା ହେତୁ ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଥିବା ଜଣାପଡିଛି ।ବିଭିନ୍ନ ଦାନ ହୁଣ୍ଡିରେ ପ୍ରାୟ ୧୦ ହଜାରରୁ ଅଧିକ ଟଙ୍କା ଥିବା ମନ୍ଦିର କମିଟି ପ୍ରକାଶ କରିଛନ୍ତି ।ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।