ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ ଏହି ୩ଟି ଆୟୁର୍ବେଦିକ ଉପଚାର

ଭୁବନେଶ୍ୱର ୦୫/୧୨ : ଉଚ୍ଚ ରକ୍ତଚାପ ଏକ ଗମ୍ଭୀର ସମସ୍ୟା। ବେଳେବେଳେ ଉଚ୍ଚ ରକ୍ତଚାପ ପାଇଁ ଜୀବନ ମଧ୍ୟ ଚାଲି ଯାଇପାରେ। ରକ୍ତଚାପ ୧୪୦/୯୦ ଥିଲେ ଉଚ୍ଚ ରକ୍ତଚାପରେ ପୀଡିତ ବୋଲି କୁହାଯାଏ। ଏହା ଏକ ସାଧାରଣ ରୋଗ ଭଳି ଜଣାପଡୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ। କାରଣ ଉଚ୍ଚ ରକ୍ତଚାପ ଯୋଗୁଁ ଶରୀରର ଅନ୍ୟ ଅଙ୍ଗ ପ୍ରଭାବିତ ହୋଇଥାଏ। ଉଚ୍ଚ ରକ୍ତଚାପ ଯୋଗୁଁ ହୃଦଘାତ, କିଡନୀ ଫେଲ ଭଳି ସମସ୍ୟା ମଧ୍ୟ ହୋଇପାରେ। ଉଚ୍ଚ ରକ୍ତଚାପର ସବୁଠାରୁ ଭୟାବହ ରୂପ ହେଲା ଏହାର କୌଣସି ଲକ୍ଷଣ ନାହିଁ | କିଛି ଘରୋଇ ଉପଚାର ଏବଂ ନିୟମିତ ବ୍ୟାୟାମ ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରାଯାଇପାରିବ। କିଛି ଆୟୁର୍ବେଦିକ ଉପଚାର ଦ୍ୱାରା ରକ୍ତଚାପ ସହଜରେ ନିୟନ୍ତ୍ରଣ କରାଯାଇପାରିବ।


୧. ତୁଳସୀ – ତୁଳସୀ ଗଛ ସମସ୍ତଙ୍କ ଘରେ ଉପଲବ୍ଧ। ସାଧାରଣତଃ ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛ ଉପଲବ୍ଧ। ତୁଳସୀରେ ଭଗବାନ ବିଷ୍ଣୁ ବାସ କରନ୍ତି। ସେଥିପାଇଁ ପ୍ରତ୍ୟେକ ହିନ୍ଦୁ ପରିବାରରେ ତୁଳସୀ ଗଛକୁ ପୂଜା କରାଯାଏ। ଘରେ ଘରେ ପୂଜା ପାଉଥିବା ତୁଳସୀ ଅନେକ ଗୁଣକାରୀ। ତୁଳସୀ ଏକ ଆୟୁର୍ବେଦ ଭାବେ ମଧ୍ୟ ବ୍ୟବହାର କରାଯାଏ। ରକ୍ତଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ତୁଳସୀର ଭୂମିକା ରହିଛି। ତୁଳସୀରେ ଆଣ୍ଟି-ଆକ୍ସିଡେଣ୍ଟ ରହିଛି। ଏହା ହୃଦୟରେ କ୍ୟାଲସିୟମର ଗତିକୁ ରୋକିଥାଏ ଯାହା ରକ୍ତନଳୀକୁ ସୁସ୍ଥ ରଖିଥାଏ।


୨. ଧନିଆ ପତ୍ର ବା ପାର୍ସଲେ – ଏହା ଆମେରିକା, ୟୁରୋପରେ ବହୁତ ଲୋକପ୍ରିୟ। ଏହା ଖାଦ୍ୟରେ ଫ୍ଲେଭର ଆଡ଼ କରିଥାଏ ଏବଂ ବ୍ୟଞ୍ଜନକୁ ସ୍ୱାଦିଷ୍ଟ ମଧ୍ୟ କରିଥାଏ। ଏଥିରେ ଭିଟାମିନ-ସି ଏବଂ ଡାଏଟାରୀ କାରୋଟିନଏଡ୍ ରହିଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ଏକ କ୍ୟାଲସିୟମ ଚ୍ୟାନେଲ ବ୍ଲକର ଭଳି ମଧ୍ୟ କାମ କରିଥାଏ ଯାହା ରକ୍ତ ବାହିକାକୁ ଆରମ୍ଭ ଦେଇଥାଏ।

୩. ରସୁଣ – ସାଧାରଣତଃ ରସୁଣ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ। ରସୁଣ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର। ଏହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ରସୁଣରେ ଅନେକ ସଲଫର କମ୍ପାଉଣ୍ଡ ଅଛି ଯାହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ରକ୍ତଚାପ ନିୟନ୍ତ୍ରଣ କରିବାରେ ରସୁଣ ଔଷଧ ଭଳି କାମ କରିଥାଏ। ୩୦ ଜଣଙ୍କୁ ନେଇ ହୋଇଥିବା ଏକ ରିସର୍ଚ୍ଚରେ ଜଣାପଡିଥିଲା ଯେ ୬୦୦ ରୁ ୧୫୦୦ ମିଲିଗ୍ରାମ ରସୁଣ ରକ୍ତଚାପ ନିୟନ୍ତ୍ରଣ କରିବାରେ ଔଷଧ ଭଳି ପ୍ରଭାବଶାଳୀ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ