ଅପରାଧ ରାଜ୍ୟ

ସାମ୍ବାଦିକ କରାଇ ଦେବାକୁ କହି ଗଣଦୁଷ୍କର୍ମ: ରାସ୍ତାରେ ପୀଡ଼ିତା-ଅଭିଯୁକ୍ତ ମାଡ଼ପିଟ୍‌

କଟକ : ଜଣେ ବିବାହିତା ମହିଳାଙ୍କୁ ସାମ୍ବାଦିକ କରାଇ ଦେବାର ଲୋଭ ଦେଖାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଦେଖାଇ ମହିଳାଙ୍କ ଟଙ୍କା ଓ ସୁନା ଲୁଟ୍‌ କରିଛନ୍ତି। ଏହି ଘଟଣାରେ ଅତିଷ୍ଠ ହୋଇ ପୀଡ଼ିତା ରାସ୍ତା ମଝିରେ ଅଭିଯୁକ୍ତଙ୍କୁ ପିଟିଛନ୍ତି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। କଟକ ସିଡିଏମଓ ଅଫିସ ସାମନାରେ ସୋମବାର ଦିନ ଏଭଳି ଘଟଣା ଘଟିଥିବା ବେଳେ ଏଭଳି ଘଟଣାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଅଭିଯୋଗ ଅନୁଯାୟୀ, ପୁରୀଘାଟ ଥାନା ତେଲେଙ୍ଗାବଜାର ହଜାରୀଲେନ୍ ଅଞ୍ଚଳର ଜଣେ ୩୦ ବର୍ଷୀୟା ବିବାହିତା ମହିଳାଙ୍କୁ ସାମ୍ବାଦିକ କରାଇଦେବାକୁ କହି ସଦର ଥାନା କୋରୁଆଁର ଅକ୍ଷୟ ରଞ୍ଜନ ଦାସ ଓ ଚୌଦ୍ବାର ଢିଅସାହିର ପ୍ରଦୀପ ରାଜ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଆଠଗଡ଼ ଆଇବି, ନୂଆପଡ଼ା, ପାରାଦୀପ, ପୁରୀରେ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖୁଥିଲେ। ଏହି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ରେକର୍ଡ କରି ଉଭୟ ପୀଡ଼ିତା ମହିଳାଙ୍କୁ ବ୍ଲାକମେଲ୍ କରିଥିଲେ। ଟଙ୍କା ମାଗିବାରୁ ପୀଡ଼ିତା ୨୦ ହଜାର ଟଙ୍କା ଓ ସୁନା ଅଳଙ୍କାର ଅକ୍ଷୟଙ୍କୁ ଦେଇଥିଲେ। ଏସବୁ ଦେବା ସତ୍ତ୍ବେ ବି ଦୁଇ ଅଭିଯୁକ୍ତ ମହିଳାଙ୍କ ଅଶ୍ଳୀଳ ଫଟୋ ପରିବାର ସଦସ୍ୟଙ୍କୁ ଦେଖାଇ ମାନସିକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ପୀଡ଼ିତାଙ୍କ ମା ଓ ଭାଇ ଏଭଳି ଘଟଣାକୁ ବିରୋଧ କରିବାରୁ ଉଭୟଙ୍କୁ ଦୁଇ ଅଭିଯୁକ୍ତ ନିର୍ଘାତ ମାଡ଼ି ମାରିଥିଲେ।

ଗଲା ଜୁଲାଇ ୧୪ ତାରିଖ ରାତି ପ୍ରାୟ ୧୧ଟା ବେଳେ ପୀଡ଼ିତା ବାପଘର ସୁଭଦ୍ରାପୁରରୁ ଶାଶୂଘର ହଜାରୀଲେନ୍ ଆଡ଼କୁ ଯିବାପାଇଁ ପ୍ରେସ୍ ଛକ ନିକଟରେ ଅଟୋକୁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଇ ଅଭିଯୁକ୍ତ ମହିଳାଙ୍କୁ ଟେକିନେଇ ଟଣାଘୋଷରା କରିଥିଲେ। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବାରୁ ଅଭିଯୁକ୍ତ ତାଙ୍କୁ ନୂଆପଡ଼ା ଛକରେ ଛାଡ଼ି ଚାଲି ଯାଇଥିଲେ। ଏଭଳି ଘଟଣା ସମ୍ପର୍କରେ ପୀଡ଼ିତା ମହିଳା ଥାନାରେ ଏତଲା ଦେଇଥିଲେ। ପୁଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା(କେସ୍ ନଂ ୮୭) ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ପୀଡ଼ିତା ସୋମବାର ଦିନ ପ୍ରାୟ ୨ଟା ବେଳେ ମାମଲାର ଅଗ୍ରଗତି ସମ୍ପର୍କରେ ବୁଝିବାକୁ ମହିଳା ଥାନାକୁ ଆସିଥିଲେ। ଥାନାରୁ କାମ ସାରି ସେ ଫେରୁଥିବା ବେଳେ ସିଡିଏମଓ ଅଫିସ ନିକଟରେ ଥିବା ଅକ୍ଷୟଙ୍କ ସହିତ ମୁହାମୁହିଁ ହୋଇଥିଲା। ଅକ୍ଷୟ ଓ ଅନ୍ୟ ଜଣେ ମହିଳା ତାଙ୍କୁ ଆକ୍ରମଣ କରିଥିଲେ। ଏହାର ଜବାବରେ ପୀଡ଼ିତା ଅକ୍ଷୟଙ୍କୁ ଚପଲରେ ମାଡ଼ ମାରିଥିଲେ। ପାଖାପାଖି ଅଧଘଣ୍ଟା କାଳ ରାସ୍ତା ଉପରେ ଏଭଳି କାଣ୍ଡ ଘଟିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।