ଅପରାଧ ରାଜ୍ୟ

ପାରାଦୀପ ପୋର୍ଟ କନଭେୟର ବେଲ୍ଟ ଲାଞ୍ଚ କାରବାର ମାମଲା: ଦୁଇଦିନିଆ ରିମାଣ୍ଡ ପାଇଁ ସିବିଆଇର ଆବେଦନ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ପାରାଦୀପ ପୋର୍ଟ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ମାମଲାରେ ସିବିଆଇ ଗିରଫ କରିଥିବା ୬ ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରିଛି। ବିଚାର ବିଭାଗୀୟ ହାଜତରେ ଥିବା ଓଏସ୍‌ଏଲ୍‌ର ନିର୍ଦେଶକ ଚର୍ଚ୍ଚିତ ମିଶ୍ର, ଡିଜିଏମ ଅପରେସନ ସୂର୍ଯ୍ୟନାରାୟଣ ସାହୁ, କେସିଟି ଗ୍ରୁପ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି, ପାରାଦୀପ ପୋର୍ଟ ମୁଖ୍ୟଯନ୍ତ୍ରୀ ସରୋଜ କୁମାର ଦାସ ଏବଂ ମଧ୍ୟସ୍ଥତା କରୁଥିବା ସୁମନ୍ତ ରାଉତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରାଯାଇଛି। ରିମାଣ୍ଡରେ ଆଣି ସିବିଆଇ ପୁଣି ମାରାଥନ ଜେରା କରିବ। ଯଦିଓ କିଛିଦିନ ତଳେ ଦ୍ବିତୀୟ ଥର ପାଇଁ ରିମାଣ୍ଡ ଆବେଦନକୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଥିଲେ ତେବେ ଏଥର ରିମାଣ୍ଡ ମିଳିବ କି ନାହିଁ ତାହା ଆସନ୍ତା ୨୩ ତାରିଖ ଦିନ ଆବେଦନର ଶୁଣାଣି ବେଳେ ହିଁ ଜଣାପଡ଼ିବ। ‌ସେହିପରି ଲାଞ୍ଚ କାରବାର ନେଇ କେତେକ ଭଏସ୍‌ ରେକର୍ଡିଂ ସିବିଆଇ ହାତରେ ଲାଗିଛି। ସେ ରେକର୍ଡିଂ କାହାର? ଅଭିଯୁକ୍ତମାନେ କଥାବାର୍ତ୍ତା ହୋଇଥିଲେ ନା ଅନ୍ୟ କାହାର ରେକର୍ଡିଂ? ଏହା ସ୍ପଷ୍ଟ ହେବା ଦରକାର। ତେଣୁ ତା’ର ଫରେନ୍‌ସିକ୍‌ ଯାଞ୍ଚ କରିବା ପାଇଁ ମଧ୍ୟ କୋର୍ଟରେ ଆବେଦନ ହୋଇଛି।

ପ୍ରକାଶ ଥାଉ କି, କଟକର ଏକ ଘରୋଇ ସଂସ୍ଥା ପୋର୍ଟରେ କାର୍ଗୋ ଅନ୍‌ଲୋଡ ସମୟରେ କନ୍‌ଭେୟର ବେଲ୍ଟ କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ପୋର୍ଟର ମୁ୍ଖ୍ୟ ମେକାନିକାଲ୍‌ ଇଂଜିନିୟର ସରୋଜ ଦାସ ଲାଞ୍ଚ କାରବାର କରିଥିଲେ। ଲାଞ୍ଚ କାରବାର କଥା ସିବିଆଇ ହାତରେ ପଡ଼ିବା ପରେ ଗତ ୪ ତାରିଖ ରାତିରେ ସିବିଆଇର ୬ଟି ଟିମ୍‌ ପାରାଦୀପ ପୋର୍ଟ ସମେତ କଟକ, ଭୁବନେଶ୍ବର ଆଦି ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮୪ଲକ୍ଷ ଟଙ୍କା ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଥିଲା। ଗିରଫ ପରେ ଗତ ୫ ତାରିଖ ଦିନ ଅଭିଯୁକ୍ତଙ୍କୁ ୪ଦିନିଆ ରିମାଣ୍ଡରେ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ନେଇଥିଲା। ସେଠାରେ ଜେରା ପରେ ଅଭିଯୁକ୍ତଙ୍କୁ ଗତ ୧୦ ତାରିଖ ଦିନ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ତେବେ ବିଲ୍ଡର ଶିଶିର ଦାସଙ୍କୁ ଜାମିନ୍‌ ମିଳିଥିବା ବେଳେ ଅନ୍ୟମାନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।