ଅପରାଧ ରାଜ୍ୟ

ମର୍ଣ୍ଣିଂ ଓ୍ୱାକ୍ ବେଳେ ମହିଳାଙ୍କଠୁ ଲୁଟ୍ : ସୁନା ଚେନ୍ ଝାମ୍ପିନେଲେ ଦୁଇ ଲୁଟେରା

ଉଦଳା, ୨୧|୦୮: ମର୍ଣ୍ଣିଂ ୱାକ ବେଳେ ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସିର ୩ ନମ୍ବର ୱାର୍ଡରେ ।

ସୂଚନା ଅନୁସାରେ, ୩ ନମ୍ବର ୱାର୍ଡର ମିତାରାଣୀ ମଲ୍ଲିକ ରବିବାର ସକାଳେ ମର୍ଣ୍ଣିଂ ୱାକରେ ଯାଇଥିଲେ । ଘର ଠାରୁ ମାତ୍ର କେଇ ମିଟର ଦୂର ଯାଇଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କୁ ଜଣେ ବ୍ୟକ୍ତିଙ୍କ ଠିକଣା ପଚାରିଥିଲେ । ମିତାରାଣୀ ଠିକଣା ଜାଣି ନ ଥିବା କହିବା ପରେ ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ମିତାରାଣୀ ପିନ୍ଧିଥିବା ସୁନାଚେନକୁ ଛିଣ୍ଡାଇ ନେଇଥିଲା । ହେଲେ ମିତାରାଣୀ ଚେନକୁ ଧରି ରଖିବାକୁ ଚେଷ୍ଟା କରିବାରୁ ଚେନଟି ଛିଣ୍ଡି ଯାଇଥିଲା ଏବଂ ଲୁଟେରାମାନେ ଛିଣ୍ଡା ଚେନକୁ ନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ ।

ତେବେ ଅଧା ଛିଣ୍ଡା ସୁନାଚେନ ମିତାରାଣୀଙ୍କ ପାଖରେ ରହିଥିବା ବେଳେ ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଲୁଟ ହୋଇଥିବା ସୁନାଚେନର ମୂଲ୍ୟ ତିରିଶ ହଜାର ଟଙ୍କା ହେବ ବୋଲି ଜଣାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।