ଅପରାଧ ରାଜ୍ୟ

ନାଳରେ ଭାସି ଯାଇଥିବା କାର୍ ସହ ଦୁଇ ମୃତଦେହ ଉଦ୍ଧାର

ଜମନକିରା/ଗୁଣ୍ଡୁରୁଚୁଆଁ: ଶନିବାର ରାତିରେ ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ ଭାସି ଯାଇଥିବା କାର୍ ମିଳିଥିବାର ଖବର ମିଳିଛି। ଅଗ୍ନିଶମ ବାହିନୀ ସେହି କାର ଭିତରୁ ୨ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ହେଲେ ତାପସ ନାୟକ ଓ ତାଙ୍କ ଭଉଣୀ ଜ୍ବାଇଁ ପ୍ରତାପ ପଟେଲ।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ କେନାଢିପା ଆର୍‌ଡି ରାସ୍ତାର ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ ଏକ କାର୍‌ ସହ ଦୁଇ ଜଣ ବ୍ୟକ୍ତି ଭାସି ଯାଇଥିବା ଖବର ମିଳିଛି। ପ୍ରାପ୍ତ ସୂଚନାନୁସାରେ ଜମନକିରା ବ୍ଲକ୍‌ ଗୁଣ୍ଡୁରୁଚୁଆଁ ଗ୍ରାମର ତାପସ ନାୟକ (୫୦) ଓ ତାଙ୍କ ଭଉଣୀ ଜ୍ବାଇଁ ପ୍ରତାପ ପଟେଲ (୫୨) ଲଇଡ଼ା ଅଞ୍ଚଳକୁ ନିଜ କାର୍‌ ନେଇ ଗଙ୍ଗା କାର୍ଡ ବାଣ୍ଟିବାକୁ ଯାଇଥିଲେ।

ସେଠାରୁ ସନ୍ଧ୍ୟାରେ କେନାଢିପା ରାସ୍ତା ଦେଇ ଫେରୁଥିବା ବେଳେ ନକଟିପାଲି ଓ ଫାଶିମାଲ ମଧ୍ୟରେ ଥିବା ବାରଟେଙ୍ଗରା ନାଳ ପାରି ହେବା ବେଳେ ବନ୍ୟା ପାଣିରେ ଭାସି ଯାଇଥିଲେ। ସକାଳେ ଯିବା ବେଳେ ଉକ୍ତ ନାଳାରେ କମ୍‌ ପାଣି ଥିବା ବେଳେ ଅପରାହ୍‌ଣରେ ପାହାଡ଼ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ଆସି ଯାଇଥିଲା। ଫଳରେ ଉଭୟେ କାର୍‌ ସହ ଭାସି ଯାଇଥିଲେ। ନକଟିପାଲି ବାସିନ୍ଦା ପୂର୍ବ କେନାଢିପା ସରପଞ୍ଚ ସଂଜୟ ଧୁରୁଆ ଅଗ୍ନିଶମ ବିଭାଗ ସୂଚନା ଦେଇଥିଲେ। ଖବର ପାଇ ଜମନକିରା ଅଗ୍ନିଶମ ବାହିନୀ ଓ କୁଚିଣ୍ଡା ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଚଳାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।