ଖେଳ ଦେଶ ବିଦେଶ

ଏସିଆ କପ୍ : ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ମାଳମାଳ ନକଲି ଟିକେଟ୍ : ଦୁବାଇ ଷ୍ଟାଡିୟମରେ ବଢିଲା ସୁରକ୍ଷା

ନୂଆଦିଲ୍ଲୀ, ୨୦|୦୮: ଚଳିତ ମାସରେ ଖେଳାଯିବ ଏସିଆ କପ୍ । ଏହି ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ ମୁକାବିଲା ହେବ ଭାରତ ଓ ପାକିସ୍ତାନ ମଧ୍ୟରେ । ମ୍ୟାଚ୍ ପାଇଁ ଉଭୟ ଦେଶର ପ୍ରଶଂସକ ଉତ୍ସାହିତ ଅଛନ୍ତି । ଫ୍ୟାନ୍ସଙ୍କ ମଧ୍ୟରେ ଟିକେଟ କିଣିବାକୁ ନେଇ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ମ୍ୟାଚର ସବୁ ଟିକେଟ୍ ମାତ୍ର ୩ ଘଣ୍ଟାରେ ସରିଯାଇଥିଲା ।

ଭାରତ ଓ ପାକିସ୍ତାନ ମଧ୍ୟରେ ଅଗଷ୍ଟ ୨୮ ତାରିଖରେ ମୁକାବିଲା ଖେଳାଯିବ । ଏହା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେବେ ଏହି ମ୍ୟାଚ୍ ପାଇଁ ଅନେକ ନକଲି ଟିକେଟ ବଜାରରେ ମିଳୁଛି । ଯେଉଁଥିପାଇଁ ପୋଲିସ ସତର୍କ ହୋଇଯାଇଛି । ନକଲି ଟିକେଟ ଧରିବା ପାଇଁ ସ୍ମାର୍ଟ ପନ୍ଥା ଆପଣାଇଛି । ଏନେଇ ଦୁବାଇ ପୋଲିସର ଅପରେସନ ଆଫାୟର୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଷ୍ଟାଡିୟମର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି ।

ଦୁବାଇ ପୋଲିସର ବ୍ରିଗେଡିୟର ରଶିଦ ଖଲିଫା କହିଛନ୍ତି ଯେ, ଷ୍ଟାଡିୟମର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ଅଧିକରୁ ଅଧିକ ଫୋର୍ସ ମୁତୟନ ହେବେ । ନୂଆ ନୂଆ ଟେକନିକ୍ ବ୍ୟବହାର କରାଯିବ । ସ୍ଥାନୀୟ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି । ସାଧାରଣ ଲୋକେ କିପରି ପ୍ରୋଟୋକଲ ପାଳନ କରିବେ ସେନେଇ ପରାମର୍ଶ ଦିଆଯାଉଛି । ସୁରକ୍ଷା ବ୍ୟବସ୍ଥାରେ କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଛ୍ତି ।

ସୂଚନାଯୋଗ୍ୟ, ୨୦୧୨ ପରଠୁ ଭାରତ ଓ ପାକିସ୍ତାନ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳିନାହାଁନ୍ତି । କେବଳ ଆଇସିସି କିମ୍ବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଉଭୟ ମୁହାଁମୁହିଁ ହୋଇଥାନ୍ତି ।ଗତବର୍ଷ ଟି୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁବାଇରେ ମୁକାବିଲା ହୋଇଥିଲା । ଯେଉଁଥିରେ ଭାରତ ୧୦ ଓ୍ୱିକେଟରେ ପରାସ୍ତ ହୋଇଥିଲା । ଏବେ ଭାରତ ପାଖରେ ଏହି ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ