ଅପରାଧ ରାଜ୍ୟ

ଚଳିତ କୋଭିଡ ଲହରରେ ଗଲାଣି ୩୪ ଜୀବନ

ଭୁବନେଶ୍ବର : ରାଜ୍ୟରେ କରୋନାର ଚତୁର୍ଥ ଲହର ଏବେ ବି ଜାରି ରହିଛି। ଯଦିଓ ପୂର୍ବ ୩ଟି ଲହର ତୁଳନାରେ ଚଳିତ ଲହର କୋଭିଡ ମୃତ୍ୟୁ ଦୃଷ୍ଟିରୁ ସେତେଟା ଘାତକ ହୋଇନାହିଁ ତଥାପି ମୃତ୍ୟୁ ବଢ଼ି ଚାଲିଛି। ବର୍ତମାନସୁଦ୍ଧା ଚଳିତ ଲହରରେ ୩୪ଜଣ କୋଭିଡରେ ପ୍ରାଣ ହରାଇଲେଣି। ରାଜ୍ୟରେ ସରକାରୀଭାବେ ଆଉ ଜଣେ କୋଭିଡରେ ପ୍ରାଣ ହରାଇଥିବା ଘୋଷଣା ହୋଇଛି। ଖୋର୍ଧା ଜିଲ୍ଲାର ୭୨ ବର୍ଷର ଜଣେ ବୃଦ୍ଧା କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କୋଭିଡ ମୃତ୍ୟୁ ସଂଖ୍ୟା ୯୧୬୦କୁ ବୃଦ୍ଧି ପାଇଛି।

ରାଜ୍ୟରେ ପୁଣିଥରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି। ଖସି ଆସିଥିବା ନମୁନା ସଂକ୍ରମଣ ବଢ଼ିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୮୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୦୮ଜଣ ପିଲା ରହିଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩,୨୪,୦୬୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଆକ୍ରାନ୍ତଙ୍କ ତୁଳନାରେ ଆଜି ୫୦୨ ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୪୦୭କୁ ଖସି ଆସିଛି। ଢେଙ୍କାନାଳ ଜିଲ୍ଲା କରୋନାମୁକ୍ତ ହୋଇଛି। ସୁନ୍ଦରଗଡ଼ ଓ ଖୋର୍ଧା ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।