ଅପରାଧ ରାଜ୍ୟ

ଦଣ୍ଡାଦେଶ ଶୁଣି ଅଭିଯୁକ୍ତ ଚମ୍ପଟ୍‌

ଅନୁଗୁଳ : ଅଦାଲତରେ ଏକ ଚୋରି ମାମଲାର ବିଚାର ଚାଲିଥିଲା। ଅଭିଯୁକ୍ତକୁ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା ଆଦେଶ ଦେଇଥିଲେ ଅଦାଲତ। ଆଉ ଏହା ଶୁଣି ଛାନିଆ ହୋଇଯାଇଥିଲେ ଅଭିଯୁକ୍ତ। ସୁଯୋଗ ଦେଖି ଅଦାଲତରୁ ଚମ୍ପଟ ମାରିଥିଲେ। ଏମିତି ଏକ ଅଭାବନୀୟ ଘଟଣା ବୁଧବାର ଦିନ ଦେଖିବାକୁ ମିଳିଥିଲା ଅନୁଗୁଳ କୋର୍ଟ ପରିସରରେ। ସମସ୍ତଙ୍କ ସାମ୍‌ନାରେ ଅଭିଯୁକ୍ତ ଦୌଡ଼ି ଦୌଡ଼ି ପଳାଇବା ଘଟଣାକୁ ନେଇ ଅନ୍ୟ ଅଭିଯୁକ୍ତ ଓ ଆଇନଜୀବୀଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଅନୁଗୁଳ ସିଜେଏମ୍‌ ଅଦାଲତରେ ବୁଧବାର ଦିନ ଏକ ଚୋରି ମାମଲାର ରାୟ ପ୍ରକାଶ ପାଇଥିଲା। ଏଥିରେ କୁଇଓ ଅଞ୍ଚଳର ଜଣେ ଯୁବକଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ୩ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଏହା ସହିତ ୨୫ ହଜାର ଟଙ୍କାର ଜରିମାନା କରାଯାଇଥିଲା। ସେ ଆଗରୁ ଜାମିନରେ ଥିଲାବେଳେ ଆଜି ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଯିବେ ବୋଲି ଆଶା ରଖିଥିଲେ। କିନ୍ତୁ, ଜେଲ୍‌ କଥା ଶୁଣି ଯୁବକ ଜଣଙ୍କ ଡରିଯାଇଥିଲେ। ଏସ୍‌କର୍ଟ ନ ଥିବାରୁ ଧୀରେ ଧୀରେ ପଛକୁ ଚାଲି ତା’ପରେ ହଠାତ୍‌ ଦୌଡ଼ିଥିଲେ। କେହି କିଛି ବୁଝିବା ଆଗରୁ କୋର୍ଟ ପରିସରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ କୁଆଡ଼େ ଚାଲି ଯାଇଥିଲେ। ପରେ, ସେ ଫେରିଆସିଥିଲେ ଏବଂ ଜଣେ ଜାମିନଦାରଙ୍କ ମାର୍ଫତରେ ତାଙ୍କର ଜାମିନ୍ ହୋଇଥିବା ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।