ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହିଳାକର୍ମୀଙ୍କ ମୁକ୍ତି ପାଇଁ ଟୁଇଟ୍‌ କରିବା ପଡ଼ିଲା ମହଙ୍ଗା; ସାଉଦିଆରବରେ ଯୁବତୀଙ୍କୁ ୩୪ କାରାଦଣ୍ଡ

ନୂଆଦିଲ୍ଲୀ ୧୭/୦୯: ସାଉଦିଆରବର ଜଣେ ମହିଳାଙ୍କୁ ୩୪ ବର୍ଷ କାରାଦଣ୍ଡ ଘୋଷଣା କରାଯାଇଛି। ୩୪ ବର୍ଷ କାରାଦଣ୍ଡ ପରେ ପୁଣି ୩୪ ବର୍ଷ ପାଇଁ ବିଭିନ୍ନ ଜାଗାକୁ ଯିବାଆସିବାରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ଏପରି ଦଣ୍ଡ ଘୋଷଣା କରାଯାଇଥିବା ମହିଳାଙ୍କ ପରିଚୟ ସଲମା-ଅଲ-ସେହେବାବ ବୋଲି ଜଣାପଡ଼ିଛି। ସେ ସେଠାକାର ଜେଲ୍‌ରେ ବନ୍ଦିଥିବା ମହିଳା କର୍ମୀ ଲୋଜେନ୍‌-ଲୋଲ୍‌-ହଥଲୋଲଙ୍କ ମୁକ୍ତି ପାଇଁ ସ୍ୱର ଉଠାଇବା ସହିତ ତାଙ୍କ ଟୁଇଟର ଆକାଉଣ୍ଚରୁ ମହିଳାଙ୍କ ଅଧିକାରକୁ ନେଇ ଅନେକ ଟୁଇଟ୍‌ ଓ ରିଟୁଇଟ୍‌ କରିଥିଲେ।

‘‘ଡେଲିମେଲ୍‌’’ର ଏକ ରିପୋର୍ଟ ଅନୁସାରେ ସଲମା ଟୁଇଟ୍‌ କରି ଲୋକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଠା କରୁଥିଲେ। ତାଙ୍କ ଟୁଇଟ୍‌ରେ ରାଷ୍ଟ୍ରୀୟ ସୁରକ୍ଷାରେ କ୍ଷତି ପହଞ୍ଚୁଥିଲା ସେଥିପାଇଁ ସାଉଦିଆରବ ଟେରୋରିଜିମ୍‌ କୋର୍ଟ ତାଙ୍କୁ ୩୪ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ସଲମାଙ୍କର ଦୁଇଟି ପିଲା ଅଛନ୍ତି। ତାଙ୍କ ବଡ଼ ପୁଅ ୬ ବର୍ଷ ହୋଇଥିବା ବେଳେ ୪ବର୍ଷର ସାନ ପୁଅ ରହିଛି। ପ୍ରଥମେ ତାଙ୍କୁ ୬ ବର୍ଷ କାରାଦଣ୍ଡ ଘୋଷଣା କରାଯାଇଥିଲା। ପରେ ସାଉଦିଆରବର ଟେରୋରିଜିମ କୋର୍ଟ ତାଙ୍କୁ ୩୪ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ସଲମାଙ୍କ ଜେଲ୍‌ ଦଣ୍ଡର ସମୟ ସରିବା ପରେ ତାଙ୍କର ଯିବା ଆସିବାରେ ମଧ୍ୟ ରୋକ ଲଗାଯାଇଛି।

କୋର୍ଟ ସଲମାଙ୍କୁ ଦଣ୍ଡ ଘୋଷଣା କରିବା ସମୟରେ ତାଙ୍କ ଟୁଇଟ୍‌ ଓ ସୋସିଆଲ୍‌ ମିଡିଆ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା। ସେ ଜେଲ୍‌ରେ ବନ୍ଦୀଥିବା ମହିଳା କର୍ମୀ ଲୋଜେନ୍‌-ଲୋଲ୍‌-ହଥ୍‌ଲୋଲ୍‌ଙ୍କୁ ଜେଲ୍‌ରୁ ମୁକ୍ତ କରିବା ପାଇଁ ଦାବି କରିଥିଲେ।

ସଲମା ଲୋଜେନ୍‌-ଲୋଲ୍‌-ହଥ୍‌ଲୋଲଙ୍କ ଭଉଣୀଙ୍କ ଟୁଇଟରକୁ ରିଟୁଇଟ୍‌ କରିଥିଲେ। ତାଙ୍କ ଭଉଣୀ ହଥଲୋଲଙ୍କର ମୁକ୍ତି ପାଇଁ ଟୁଇଟ୍‌ କରିଥିଲେ। ସାଉଦିଆରବ ସହିତ ଅରାଜି ଥିବା କିଛି କାର୍ଯ୍ୟକର୍ତ୍ତାଙ୍କର ଟୁଇଟ୍‌କୁ ମଧ୍ୟ ସଲମା ରିଟୁଇଟ୍‌ କରିଥିଲେ। ଏହି କାର୍ଯ୍ୟକର୍ତ୍ତାମାନେ ଏବେ ନିର୍ବାସନ ଦଣ୍ଡ ଭୋଗୁଛନ୍ତି। ସୂଚନାଥାଉକି, ସଲମା ବ୍ରିଟେନରେ ରହୁଥିଲେ ଓ ୟୁନିଭର୍ସିଟି ଅଫ ଲିଡସରେ ପିଏଚଡି ମଧ୍ୟ କରିଛନ୍ତି। ସେ ଛୁଟି ବିତାଇବା ପାଇଁ ଘରକୁ ଆସିଥିବା ବେଳେ ଜାନୁଆରୀ ୨୦୨୧ରେ ସଲମାଙ୍କୁ ଗିରଫ କରାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ