ଖେଳ ଦେଶ ବିଦେଶ

ନୂଆ ଫର୍ମାଟ୍‌ରେ ୨୦୨୧ ଆଇପିଏଲ୍‌, ୧୦ ଦଳ ଦୁଇଟି ଗ୍ରୁପ୍‌ରେ ଭାଗ ହେବେ

ନୂଆଦିଲ୍ଲୀ : ଆଗାମୀ ୨୦୨୧ ଋତୁରୁ ଆଇପିଏଲ୍‌ ନୂଆ ଫର୍ମାଟ୍‌ରେ ଖେଳାଯିବ। ଗତ ସଂସ୍କରଣରେ ୮ ଦଳ ଖେଳିଥିଲା ବେଳେ ଦୁଇ ନୂଆ ଦଳକୁ ସାମିଲ କରାଯିବାର ପ୍ରସ୍ତାବ ରହିଛି। ଏହା ହେଲେ ଏଣିକି ୧୦ ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇ ଆଇପିଏଲ୍‌ ଆୟୋଜିତ ହେବ। ଏହି ପ୍ରସ୍ତାବ ଆଗାମୀ ୨୪ ତାରିଖରେ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଅନୁମୋଦନ ଲାଭ କରିବା ସମ୍ଭାବନା ରହିଛି। ଅବଶ୍ୟ ଆଇପିଏଲ୍‌ରେ ୧୦ ଦଳ ଖେଳିବା ନୂଆ ଘଟଣା ହେବନାହିଁ। ଏହା ପୂର୍ବରୁ ୨୦୧୧ ଋତୁରେ ମଧ୍ୟ ୧୦ ଦଳ ଭାଗ ନେଇଥିଲେ। ପୁଣି ଏହାପରେ ଦୁଇଟି ସଂସ୍କରଣରେ ୯ ଲେଖାଏଁ ଦଳ ଖେଳିଥିଲେ। ସେହି ଦୃଷ୍ଟିରୁ ୨୦୨୧ ଋତୁରେ ୯ ଦଳକୁ ସୁଯୋଗ ମିଳିବ ଏବଂ ପରବର୍ତୀ ଋତୁରୁ ୧୦ ଦଳ ସାମିଲ ହେବେ ବୋଲି ପୂର୍ବରୁ କୁହାଯାଉଥିଲା। ହେଲେ ଏବେ କିନ୍ତୁ ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ଦୁଇ ନୂଆ ଦଳକୁ ଅନୁମୋଦନ ଦେବା ନିଶ୍ଚିତ ରହିଛି। ଫଳରେ ୨୦୨୧ ଋତୁରୁ ହିଁ ଆଇପିଏଲ୍‌ ୧୦ ଦଳୀୟ ହୋଇଯାଇପାରିବ। ୧୦ ଦଳ ସାମିଲ ହେବାକୁ ଥିବାରୁ ଫର୍ମାଟ୍‌କୁ ମଧ୍ୟ ବଦଳାଇ ଦିଆଯିବ ବୋଲି ଜଣାପଡ଼ିଛି।

କିଭଳି ହେବ ନୂଆ ଫର୍ମାଟ୍‌
ଏପର୍ଯ୍ୟନ୍ତ ପ୍ରଚଳିତ ରାଉଣ୍ଡ ରବିନ୍‌ ଫର୍ମାଟ୍‌ ଅନୁଯାୟୀ ଅଂଶଗ୍ରହଣକାରୀ ୮ ଦଳ ପରସ୍ପର ସହ ଦୁଇ ଥର ମୁହାଁମୁହିଁ ହେଉଥିଲେ। ସେଥିରେ ପ୍ରତ୍ୟେକ ଦଳ ଲିଗ୍‌ ପର୍ଯ୍ୟାୟରେ ୧୪ ଲେଖାଏଁ ମ୍ୟାଚ୍‌ ଖେଳୁଥିଲେ। ଶ୍ରେଷ୍ଠ ୪ ଦଳ ପ୍ଲେ-ଅଫ୍‌ ଯୋଗ୍ୟତା ଅର୍ଜନ କରନ୍ତି। ନୂଆ ଦୁଇ ଦଳ ସାମିଲ ହେଲେ ଲିଗ୍‌ ପର୍ଯ୍ୟାୟରେ ମ୍ୟାଚ୍‌ ସଂଖ୍ୟା ୧୮କୁ ବୃଦ୍ଧି ପାଇବ। ଫଳରେ ଆଇପିଏଲ୍‌ ଅବଧି ବହୁତ ଲମ୍ବା ହୋଇଯିବ। ତେଣୁ ୨୦୨୧ରୁ ଫର୍ମାଟ୍‌ ବଦଳାଇବାକୁ ସ୍ଥିର ହୋଇଛି। ପ୍ରସ୍ତାବିତ ନୂଆ ଫର୍ମାଟ୍‌ ଅନୁଯାୟୀ ମୋଟ ୧୦ ଦଳକୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯିବ। ପ୍ରତ୍ୟେକ ଦଳ ଲିଗ୍‌ ପର୍ଯ୍ୟାୟରେ ମାତ୍ର ୧୪ ମ୍ୟାଚ୍‌ ଖେଳିବେ। ‌ଯେଉଁଥିରେ କି ଗୋଟିଏ ଦଳ ନିଜ ଗ୍ରୁପ୍‌ର ଅନ୍ୟ ୪ ଦଳ ସହ ଦୁଇ ଥର (ଘର ଓ ବାହାର ମ୍ୟାଚ୍‌) ଖେଳିବ। ଏହାପରେ ଅନ୍ୟ ଗ୍ରୁପ୍‌ର ୪ ଦଳ ସହ ଥରେ ଲେଖାଏଁ ଏବଂ ଅବଶିଷ୍ଟ ଗୋଟିଏ ଦଳ ସହ ୨ ମ୍ୟାଚ୍‌ ଖେଳିବ। ଗ୍ରୁପ୍‌ ଏବଂ କେଉଁ ଦଳ କାହା ସହ ଥରେ ଓ ଦୁଇ ଥର ଖେଳିବ ସେନେଇ ଏକ କଷ୍ଟସାଧ୍ୟ ଡ୍ର’ କରାଯିବ। ଏହି ଫର୍ମାଟ୍‌ ଦ୍ବନ୍ଦ୍ବାତ୍ମକ ଜଣାପଡୁଥିଲେ ମଧ୍ୟ ଏହା ବିସିସିଆଇ ପାଇଁ ଯଥେଷ୍ଟ ସମୟ ବଞ୍ଚାଇପାରିବ ବୋଲି କହାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ