ଅପରାଧ ରାଜ୍ୟ

ମେଡିକାଲ କଲେଜ ପରିସରରେ ହତ୍ୟାକାଣ୍ଡ: ମା’ ସାମ୍ନାରେ ପୁଅକୁ ହତ୍ୟାକରି ଦୁର୍ବୃତ୍ତ ଫେରାର୍‌

ବଲାଙ୍ଗୀର: ମା’ ସାମ୍‌ନାରେ ତାଙ୍କ ୨୫ବର୍ଷୀୟ ପୁଅକୁ ହତ୍ୟା କରାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା କ୍ୟାମ୍ପସ୍‌ ଭିତରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ହତ୍ୟାକାରୀ ଫେରାର୍‌ ହୋଇଯାଇଛି। ଅନ୍ୟପଟେ, ମା’ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ହେଲେ, ବଲାଙ୍ଗୀର ସୁଦପଡ଼ାର ଅଜୁ ଦୋରା। ସବୁଦିନ ଭଳି ଆଜି ସକାଳ ୫.୧୫ମି.ରେ ମା’ ଜୟନ୍ତୀଙ୍କ ସହିତ ଏକ ସ୍କୁଟିରେ ହସ୍ପିଟାଲ ପରିସରରେ ଇଡ୍‌ଲି ବିକ୍ରି କରିବା ପାଇଁ ଆସୁଥିଲେ ଅଜୁ। କିନ୍ତୁ, ଆଜି ଥିଲା ଭାଗ୍ୟର ବିଡମ୍ବନା। ମେଡିକାଲର ଡାଇରିଆ ୱାର୍ଡ ନିକଟରେ ପୂର୍ବରୁ ଛକି ରହିଥିବା ଦୁଇ ଜଣ ଦୁର୍ବୃତ୍ତ ହଠାତ୍‌ ଅଜୁଙ୍କୁ ଆକ୍ରମଣ କରିଥିଲେ। ଫଳରେ, ମା’,ପୁଅ ସ୍କୁଟିରୁ ତଳେ ପଡ଼ିଯାଇଥିଲେ। ଏହାପରେ ଅଜୁଙ୍କୁ ଧାରୁଆ ଅସ୍ତ୍ରରେ ଚୋଟ ପରେ ଚୋଟ ମାରିଥିଲେ ଦୁର୍ବୃତ୍ତ। ପୁଅକୁ ବଞ୍ଚାଇବା ପାଇଁ ଜୟନ୍ତୀ ଦୁର୍ବୃତ୍ତଦ୍ବୟଙ୍କୁ ଠେଲାପେଲା କରିଥିଲେ। କିନ୍ତୁ, ଦୁର୍ବୃତ୍ତ ତାଙ୍କୁ ବି ଛାଡ଼ିନଥିଲେ, ହାଣି ଦେଇନଥିଲେ। ଫଳରେ, ଘଟଣାସ୍ଥଳରେ ଅଜୁଙ୍କର ମୃତ୍ୟୁ ହୋଇଥିବା‌ବେଳେ ଜୟନ୍ତୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପଟେ ହତ୍ୟାକାଣ୍ଡ ଘଟାଇବା ପରେ ଦୁଇ ମୁଖାଧାରୀ ଦୁର୍ବୃତ୍ତ ଫେରାର୍‌ ହୋଇଯାଇଥିଲେ।

କୌଣସି ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପ୍ରାୟ ୭/୮ ମାସ ଆଗରୁ ମୃତ ଅଜୁଙ୍କ ବାପା ରାଧାକୃଷ୍ଣ ଦୋରାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ କିଛି ସ୍ଥାନୀୟ ଯୁବକ। ଏ ନେଇ ରାଧାକୃଷ୍ଣ ଟାଉନ ଥାନରେ ଲିଖିତ ଅଭିଯୋଗ ହୋଇଥିଲା। ହେଲେ, ପୁଲିସ କୌଣସି ପଦକ୍ଷେପ ନେଇ ନଥିବା ରାଧାକୃଷ୍ଣ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରିଛି। ଏକ ସ୍ୱତନ୍ତ୍ର ଟିମ ଘଟଣାର ତଦନ୍ତ କରୁଥିବା ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି।
ଅନ୍ୟପକ୍ଷରେ, ମେଡିକାଲ କଲେଜ ପରିସରରେ ହତ୍ୟାକାଣ୍ଡ ଘଟିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାସ୍ଥଳଠାରୁ ପୁଲିସ ବିଟ୍‌ ହାଉସ୍‌ଠାରୁ ମାତ୍ର ୫୦ ମିଟର ଦୂର। ତଥାପି, ପୁଲିସ୍‌ ଜାଣିନପାରିବାକୁ ନେଇ ବି ପ୍ରଶ୍ନ ଉଠିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।