ଉଦଳା ୧୬।୮: ଧାରଣାରେ ବସିଲେ ଉଦଳା ବିଧାୟକ । ନିଜ ପ୍ରତି ହୋଇଥିବା ଦୁର୍ବ୍ୟବହାର ପ୍ରତିବାଦରେ ଧାରଣା ଦେଲେ ବିଧାୟକ ଏବଂ ସମର୍ଥକ । ଉଦଳା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଧାରଣାରେ ବସିଲେ ଉଦଳା ବିଧାୟକ ଭାସ୍କର ମଢେଇ ।
ସୋମବାର ଉଦଳା ଡାକ୍ତରଖାନାରେ ଚାଲିଥିବା ନୂତନ ବିଲଡିଂ ତିଆରି ଦେଖିବାକୁ ଯାଇଥିବା ବେଳେ ସର୍ବସାଧାରଣ ସ୍ଥାନରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡା ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ବିଧାୟକ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଉକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ବଦଳି କରାଯିବା ଦାବିରେ ବିଭାଗୀୟ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ବିଧାୟକ । ବିଧାୟକଙ୍କ ସହିତ ବିଜେପିର ଜିଲ୍ଲା ସଭାପତି କାନ୍ଦରା ସୋରେନ, ଉଦଳା ଏନଏସି ଚେୟାରମ୍ୟାନ ପ୍ରମିଳା ପଣ୍ଡା ଏବଂ ବହୁ ବିଜେପି ନେତା ଏହି ଧାରଣାରେ ସାମିଲ ହୋଇଛନ୍ତି ।