ଅପରାଧ ରାଜ୍ୟ

ଖଡ଼ିଆଳରେ ଚାଞ୍ଚଲ୍ୟ: ମା ଓ ପୁଅଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନୂଆପଡ଼ା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ଆମ୍ବ ଗଛରେ ମା ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ପରିବାର ଖଡ଼ିଆଳ ନିଵାସୀ ହୋଇଥିବା ବେ‌ଳେ ଦୀର୍ଘ ବର୍ଷ ଧରି ବାଦୀ ଗ୍ରାମରେ ଘର ତିଆରି କରି ରହୁଥିଲେ।

ପ୍ରାଥମିକ ସୁତରୁ ଜଣା ଯାଉଛି ଯେ ମୃତ ମା ଓ ପୁଅ ଖମାରୀ ପରିବାରର ସ୍ବର୍ଗତ ହରି ସିଂ ଖମାରୀଙ୍କ ସ୍ତ୍ରୀ ଗାୟତ୍ରୀ ଖମାରୀ (୬୦) ପୁଅ ଆଶିଷ ଖମାରୀ (୩୦) ବୋଲି ଜଣା ପଡ଼ିଛି। ପାରିପାର୍ଶ୍ବକ ପରିସ୍ଥିତିରୁ ଜଣାଯାଉଛି ଯେ ଉଭୟ ମା ଓ ପୁଅ ରାତ୍ରିରେ ଗ୍ରାମଠାରୁ ତିନି ଶହ ମିଟର ଦୂରରେ ଥିବା ଆମ୍ବ ଗଛରେ ନୂଆ ପ୍ଲାଷ୍ଟିକ ରଶି ଦେଇ ଆତ୍ମହତ୍ୟା କରିଛନ୍ତି। ଦୁଇ ଜଣ ଗୋଟିଏ ଗଛରେ ଝୁଲୁଥିବା ବେଳେ ଆତ୍ମହତ୍ୟା କରିଥିବା ସ୍ଥାନରେ ଗୋଟିଏ ପ୍ଲାଷ୍ଟିକ ସ୍ଥୁଳ ଓ ଗୋଟିଏ ଛତା ପଡ଼ିଥିବାର ଦେଖିବାକୁ ମିଳିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଖଡ଼ିଆଳ ପୁଲିସ ପହଞ୍ଚି ତଦନ୍ତ କରୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।