ମନୋରଞ୍ଜନ ରାଜ୍ୟ

ଚୁଲ୍‌ବୁଲି ରଚନାଙ୍କ ସ୍ୱାଗ୍ ବାଲା ଡ୍ୟାନ୍ସ, ଫ୍ୟାନ୍ସ କହିଲେ- ଦିଦି ତୁମେ ଓଡିଶା ଫେରିଆସ…

କୋଲକାତା ୧୫।୦୮: ରଚନା ବାନାର୍ଜୀ । ଏଇ ନାଁଟି କିଏ ବା ନଜାଣେ । ଓଡିଆ ସିନେ ଇଣ୍ଟଷ୍ଟ୍ରିରେ ଦିନେ ଦର୍ଶକଙ୍କ ହୃଦୟ ରାଜ କରୁଥିଲେ ଏହି ଚୁଲ୍‌ବୁଲି ଅଭିନେତ୍ରୀ । କିନ୍ତୁ ଆଜିକା ଦିନରେ ଏହି ନାଁ ଟି ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ଶୁଣିବାକୁ ମିଳୁନାହିଁ । ବରଂ ବଙ୍ଗଳା ଟେଲି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁଟି ବେଶ୍‌ ସାଉଁଟୁଛି ।

ତେବେ ଏକଦା ଓଡିଆ ଫିଲ୍ମରୁ ଦୂରେଇ ଯାଇଥିବା ରଚନା ଏବେ ବଙ୍ଗଳା ଇଣ୍ଡଷ୍ଟ୍ରିରେ ନିଜର ଆକ୍ଟିଂ ଜଲଓ୍ୱା ଦେଖାଇଚାଲିଛନ୍ତି । ଏସବୁ ଭିତରେ ରଚନାଙ୍କ ଏକ ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ରଚନା ବାନାର୍ଜୀ ନିଜ ସୋସିଆଲ ମିଡିଆ ଆକ୍ଟାଉଣ୍ଟ (ଇନ୍‌ଷ୍ଟାଗ୍ରାମ୍‌)ରେ ପୋଷ୍ଟ କରିଛନ୍ତି । ନିଜର ଜଣେ ସାଥୀ କଳାକାରଙ୍କ ସହ ଭିଡିଓରେ ନାଚୁଥିବାର ଦେଖିବାକୁ ମିଳିଛି । ଭିଡିଓଟି ଏବେ ଯାଏଁ ସୋସିଆଲ୍‌ ମିଡିଆରେ ଓ୍ୱାନ୍‌ ମିଲିୟନ୍‌ରୁ ଅଧିକ ଲୋକେ ଦେଖିସାରିଲେଣି ।

ତେବେ ସବୁଠାରୁ ମଜାଦାର କଥା ହେଉଛି କି, ରଚନାଙ୍କ ଏହି ଭିଡିଓରେ ଅନେକ ଓଡିଆ ଫ୍ୟାନ୍ସ କମେଣ୍ଟ ଦେଇଛନ୍ତି । ଏପିରିକି କେହି କମେଣ୍ଟ ଦେଇ କହିଛନ୍ତି ଯେ, ଦିଦି ତୁମେ ଓଡିଶା ଫେରିଆସ । ଆମେ ତୁମକୁ ବହୁତ ମିସ୍‌ କରୁଛୁ । ସେହିପରି କିଛି ବଙ୍ଗଳା ଦର୍ଶକ ବଙ୍ଗାଳୀ ଭାଷାରେ କମେଣ୍ଟ ଦେଇଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ