ଅପରାଧ ରାଜ୍ୟ

ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ, ଘର ସମ୍ମୁଖରେ ଥିବା କାର୍‌କୁ ଦେଲେ ପୋଡି

ପୁରୀ ୧୦।୦୮ : ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଘର ସମ୍ମୁଖରେ ଥିବା ଚାରି ଚକିଆ ଯାନକୁ ଜାଳି ଦେଲେ ଦୁର୍ବୁତ୍ତ। ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରର ଘଟଣା।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୁତ୍ତ ବିଜୟ କୁମାର ଖୁଣ୍ଟିଆଙ୍କ ଚାରି ଚକିଆ ଯାନକୁ ଜାଳି ଦେବା ସହ ମାରଣାସ୍ତ୍ର ଧରି ତାଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ। ସିସିଟିଭରେ ସମସ୍ତ ଭିଜୁଆଲ କଏଦ ହୋଇଛି । ବିଜୟଙ୍କ ସାନ ପୁଅ ଦୀପକ ଖୁଣ୍ଟିଆକୁ ଗତ ଦୁଇବର୍ଷ ପୂର୍ବେ ଦୁର୍ବୁତ୍ତ ମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ତେବେ ସେହି ଘଟଣାରେ କମ୍ପରମାଇଜ୍ କରିବା ସହ କୋର୍ଟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ସାକ୍ଷୀ ନଦେବା ପାଇଁ ଏହି ଘଟଣା ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।