ଅପରାଧ ରାଜ୍ୟ

ବୋହୂର ମୃତ୍ୟୁ ପରେ ସ୍ୱାମୀ, ଶାଶୂ- ଶ୍ୱଶୁର ଫେରାର : ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

କେନ୍ଦ୍ରାପଡା ୦୭/୦୮: ବୋହୂକୁ ମାରିଦେଲେ ! କେନ୍ଦ୍ରାପଡ଼ା ଜିଲ୍ଲା ସଦରଥାନା ଅନ୍ତର୍ଗତ ଚାନ୍ଦୋଳ ଅନ୍ତପୁର ଗ୍ରାମରେ ବଧୂ ହତ୍ୟା ଅଭିଯୋଗ ହୋଇଛିl

ସୂଚନାନୁସାରେ, ଗାଁର ଶଙ୍କର ମଲିକଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କ ମୃତଦେହ ଶାଶୂ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲାl ଏ ନେଇ ସସ୍ମିତାଙ୍କ ଶ୍ୱଶୁର ବୋହୂର ବାପାଙ୍କୁ ଖବର ଦେଇଥିଲେ । ବାପାଘର ଲୋକ ପହଁଚି ଝିଅ ମରି ପଡିଥିବା ଦେଖିବାକୁ ପାଇଥିଲେ l

ଝିଅ ସସ୍ମିତାଙ୍କୁ ଜ୍ୱାଇଁ ଶଙ୍କର ମଲ୍ଲିକ ହତ୍ୟା କରିଥିବା ଝିଅର ବାପା ଅଭିଯୋଗ କରିଛନ୍ତିl ଏ ନେଇ ଚାନ୍ଦୋଳ ଫାଣ୍ଡିରେ ଏତଲା ଦିଆଯାଇଛି l ମୃତ ସସ୍ମିତାଙ୍କ ଶଶୂର ରବୀନ୍ଦ୍ର ମଲ୍ଲିକ, ସ୍ୱାମୀ ଶଙ୍କର ମଲ୍ଲିକ, ଓ ଶାଶୂ ଅନିତା ମଲ୍ଲିକ ଫେରାର ହୋଇଯାଇଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।