ରାଜ୍ୟ ସ୍ୱାସ୍ଥ୍ୟ

ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ

କୋରାପୁଟ : ବିରଳ ଧାନ ବିହନର ସଂରକ୍ଷକ ତଥା ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇଛନ୍ତି। କିଛି ଦିନ ହେବ ସେ ଦୁର୍ବଳତା ଅନୁଭବ କରୁଛନ୍ତି। ସେହିପରି ଅଣ୍ଟାରେ ଭୀଷଣ ଯନ୍ତ୍ରଣା ହେଉଥିବା ଜଣାପଡ଼ିଛି। ତେଣୁ ଡାକରା ସତ୍ତ୍ବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇପାରି ନଥିଲେ। ତେବେ ଏବେ ବି ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ପ୍ରବଳ ଇଚ୍ଛା ରହିଥିବା କମଳା ପ୍ରକାଶ କରିଛନ୍ତି।

କିଛି ଦିନ ହେଲା ଦୁର୍ବଳତା ସାଙ୍ଗକୁ ଅଣ୍ଟା ବ୍ୟଥା ହେଉଥିବାରୁ ଠିକ୍‌ ରୂପେ ଚାଲିବୁଲି ପାରୁନାହାନ୍ତି କମଳା। ଏମିତି ସ୍ଥିତିରେ ରାଷ୍ଟ୍ରପତି ଭବନରୁ ତାଙ୍କ ନାତିଙ୍କ ନିକଟରୁ ଫୋନ୍‌ ଆସଥିଲା। ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଥିଲା। କିନ୍ତୁ ଅସୁସ୍ଥତା କାରଣରୁ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ବୋଲି କହିବାକୁ ବାଧ୍ୟ ହୋଇଥିଲେ। ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହେବା ଗର୍ବ ଏବଂ ସୌଭାଗ୍ୟର ବିଷୟ। ହେଲେ ସେହି ସୁଯୋଗକୁ ଦେଖିବାର ବଡ଼ ସୁଯୋଗକୁ ହାତଛଡ଼ା କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଜୟପୁର, କୋରାପୁଟ ଓ ଭୁବନେଶ୍ବରରେ କେତେ ଥର ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛି। ଏବେ ତାଙ୍କୁ ଟିଭିରେ ଦେଖିବାକୁ ପାଉଛି। ଯଦି ତାଙ୍କୁ ପୁଣି ସୁଯୋଗ ମିଳିବ ତେବେ ନିଶ୍ଚିତ ରୂପେ ରାଷ୍ଟ୍ରପତିଙ୍କୁ ଦିଲ୍ଲୀରେ ଭେଟିବେ ବୋଲି ପ୍ରକାଶ କରିଛନ୍ତି।

ଏ ନେଇ କମଳାଙ୍କ ପୁଅ ଟଙ୍କଧର ପୂଜାରୀ କହିଛନ୍ତି ଯେ, ଦିଲ୍ଲୀ ଯିବାକୁ ଡାକରା ଆସିଥିଲା। ଏ ନେଇ ମାଙ୍କୁ ଜଣାଇବାରୁ ଅସୁସ୍ଥ ପାଇଁ ଯିବାକୁ ମନା କରିଦେଲେ। ଗତକାଲି ମାଙ୍କୁ ଭେଟିବା ପାଇଁ ତହସିଲଦାର ଆସିଥିଲେ। ଅଣ୍ଟା ବ୍ୟଥା ସହ ଉଚ୍ଚ ରକ୍ତଚାପ ରହିଥିବା ଜାଣିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ବ୍ୟବସ୍ଥା କରିଥିଲେ। ସ୍ବତନ୍ତ୍ର କେବିନରେ ରଖି ତାଙ୍କର ଚିକିତ୍ସା କରାଯାଉଛି। ଗତକାଲି ଠାରୁ ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ରକ୍ତଚାପ ମଧ୍ୟ ହ୍ରାସ ପାଇଥିବା ସୂଚନା ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ