ଅପରାଧ ରାଜ୍ୟ

ବଡମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣା : ବନ୍ଧା ହେଲେ ଆଉ ଦୁଇ ଶିକାରୀ

ଆଠଗଡ ୦୭/୦୮: ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ଦୁଇ ଭାଇ ହେଲେ ବଡ଼ମ୍ବା ଥାନା ଖୁଣ୍ଟକଟା ଗ୍ରାମର ଶଙ୍କର ମହାରଣା ଏବଂ ଭଗବାନ ମହାରଣା । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ।

ବିଭାଗୀୟ ସୂଚନା ଅନୁଯାୟୀ ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ଜାନିପଦର ସଂରକ୍ଷିତ ଜଙ୍ଗଲରୁ ଗତ ଜୁନମାସ ୨୭ ତାରିଖରେ ଏଖ ହାତୀ କଙ୍କାଳ ମିଳିଥିଲା । ହାତୀ ଶିକାରରେ ବ୍ୟବହୃତ ହେଇଥିବା ଦେଶୀ ବନ୍ଧୁକକୁ ତିଆରି କରିଥିଲେ ଏହି ଦୁଇ ଭାଈ। ବନ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରି ଗୋଟିଏ ଦେଶୀ ବନ୍ଧୁକର ନଳୀ ଏବଂ ଗୁଳି ତିଆରି ପାଇଁ ବ୍ୟବହୃତ ହେଉଥିବା ସୀସାକୁ ମଧ୍ୟ ଜବତ୍ କରିଥିବା ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।