ଅପରାଧ ଦେଶ ବିଦେଶ

କାବୁଲ୍‌ ବିସ୍ଫୋରଣରେ ୮ ମୃତ; ବିସ୍ଫୋରଣ ପାଇଁ ଦାୟୀ ବୋଲି କହିଲା ‘ଆଇଏସ୍‌’

କାବୁଲ: ଶୁକ୍ରବାର ଦିନ ଆଫଗାନିସ୍ତାନର ପଶ୍ଚିମ କାବୁଲ୍‌ ଅନ୍ତର୍ଗତ ଏକ ଆବାସିକ ଅଞ୍ଚଳରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି।
ଜନଗହଳି ସ୍ଥାନରେ ଉକ୍ତ ବିସ୍ଫୋରଣ ଘଟିଛି ବୋଲି ପୁଲିସ ମୁଖପାତ୍ର ଖଲିଦ୍‌ ଜର୍ଦାନ୍‌ କହିଛନ୍ତି।

ଆଦିମ ହାଜରା ସମ୍ପ୍ରଦାୟ ଜନତାଙ୍କୁ ଟାର୍ଗେଟ୍‌ କରି କରାଯାଇଥିବା ଉକ୍ତ ବିସ୍ଫୋରଣ ନିମନ୍ତେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ନିଜକୁ ଦାୟୀ କରିଛି। ସ୍ଥାନୀୟ ଆଫଗାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନମାଜ ପାଠ ପାଇଁ ମସ୍‌ଜିଦ୍‌ ସମ୍ମୁଖରେ ଏକତ୍ର ହୋଇଥିବା ଦଳେ ମହିଳା ଓ ପିଲାଙ୍କୁ ‘ଆଇଏସ୍‌’ ଟାର୍ଗେଟ୍‌ କରିଥିଲା।

‘ଆରିଆନା ନିଉଜ୍‌’ ରିପୋର୍ଟ ଅନୁସାରେ, ଗୋଟିଏ ବିସ୍ଫୋରଣ ‘ସ‌ାର୍‌-ଏ-କରିଜା’ ଅଞ୍ଚଳରେ ଥିବା ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଇମାମ୍‌ ବକ୍ବିର୍‌ ମସ୍‌ଜିଦ୍‌ ନିକଟରେ ହୋଇଥିଲା।

କିନ୍ତୁ, ଏହି ଆକ୍ରମଣରେ ୨୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ଏକ ବିବୃତିରେ ‘ଆଇଏସ୍‌’ କହିଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହୋଇଥିବା ବିସ୍ଫୋରଣ ସ୍ଥଳ ଭିଡିଓରେ ଦେଖାଯାଉଛି, ଆହତମାନଙ୍କୁ ସାହାଯ୍ୟ କରିବା ଲାଗି ଲୋକେ ଧାଇଁ ଯାଉଛନ୍ତି।

ସେପଟେ, ଜଣେ ବରିଷ୍ଠ ତାଲିବାନ୍‌ ନିରାପତ୍ତା ଅଧିକାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପନିପରିବା ଠେଲାରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା। ବିସ୍ଫୋରଣ ଯୋଗୁଁ ମହିଳା ଓ ପିଲାଙ୍କ ସମେତ ପ୍ରାୟ ୫୦ଜଣ ମୃତାହତ ହୋଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ