ଅପରାଧ ରାଜ୍ୟ

ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୪ ଶିକାରୀ ଗିରଫ, ବନ୍ଧୁକ ଓ ମାଂସ ଜବତ

ଆଠଗଡ଼ ୬।୮: ନରସିଂହପୁର ନୂଆଗଡ଼ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଅଭିଯୋଗ । ବନ ବିଭାଗ ଦ୍ବାରା ନରସିଂହପୁର ଦେବଭୂମି ଅଞ୍ଚଳର ୪ ଜଣ ଶିକାରୀ ଗିରଫ । ଶିକାରୀଙ୍କ ଠାରୁ ଦେଶୀ ବନ୍ଧୁକ ଏବଂ ମାଂସ ଜବତ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ନରସିଂହପୁର ଥାନା ଦେବଭୂମି ଅଞ୍ଚଳର କନ୍ଧ ଦେବଭୂମି ଗ୍ରାମର ବାମଦେବ ପ୍ରଧାନ, ଚାଉରୀନାଳୀ ଗ୍ରାମର ସୁବାସ ଗୁରୁ, ନିରଞ୍ଜନ ଆରୁକ ଏବଂ କଣ୍ଢାଳ ଗ୍ରାମର ଶଙ୍କର ପରିଡ଼ା ।

ଅଭିଯୁକ୍ତଙ୍କୁ ନୂଆଗଡ଼ ସଂରକ୍ଷିତ ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗରେ ବନ ବିଭାଗ ଗିରଫ କରିବା ସହ ସେମାନଙ୍କଠାରୁ ଦେଶୀ ବନ୍ଧୁକ ଏବଂ କିଛି ଜଙ୍ଗଲୀ ଜନ୍ତୁଙ୍କ ମାଂସ ମଧ୍ୟ ଜବତ କରିଛି ବନ ବିଭାଗ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।